ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ହେଲେ ଦେଶର ନୂଆ ସିଡିଏସ

ନୂଆଦିଲ୍ଲୀ: ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ ସରକାର ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନଙ୍କୁ ନୂଆ ସିଡିଏସ ଭାବେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ସମୟରେ ଶ୍ରୀ ଚୌହାନ ନ୍ୟାସନାଲ ସିକ୍ୟୁରିଟି କାଉନସେଲିଂ ସେକ୍ରେଟେରିୟଟରେ ମିଲିଟ୍ରୀ ଏଡଭାଇଜର ପଦରେ ଅବସ୍ଥାପିତ ଅଛନ୍ତି ।

ସୂଚନାଯୋଗ୍ୟ, ନବନିଯୁକ୍ତ ସିଡିଏସ ଅନିଲ ଚୌହାନ ପୂର୍ବରୁ ଦେଶର ଡିଜିଏମଏଓ ଏବଂ ପୂର୍ବ କମାଣ୍ଡର ପଦରେ ରହିଛନ୍ତି ।