୧୯ରୁ ୨୧ ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ଲଘୁଚାଚ କ୍ଷେତ୍ର ଯୋଗୁ ୧୯ରୁ ୨୧ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ୧୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ରେ ଗଞ୍ଜାମ ଓ ଗଜପତିରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜଣାପଡ଼ିଛି। ଏଥିସହିତ ୨୧ରେ ମାଲକାନଗିରି, ରାୟଗଡ଼ା, ପୁରୀ ଓ କୋରାପୁଟରେ ୨୧ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।