ପ୍ରେମିକର ସ୍ତ୍ରୀକୁ ହତ୍ୟା କରି ପ୍ରେମିକା ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭୁଇଁପୁର ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ ସ୍ୱାମୀର ପରକିୟା ପ୍ରିତି କୁ ବିରୋଧ କରି ସ୍ୱାମୀର ପ୍ରେମିକ ହାତରେ ସ୍ତ୍ରୀ ର ଜୀବନ ଯାଇଥିବା ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପାରୁଡିପଶି ଗ୍ରାମର ନଟବର ମୁଣ୍ଡା ଙ୍କ ସ୍ତ୍ରୀ ରେବତୀ ମୁଣ୍ଡା ଙ୍କୁ ସ୍ୱାମୀର ପ୍ରେମିକା ଜାଲି ଗ୍ରାମର କେନ୍ଦିରି ମୁଣ୍ଡା ତଣ୍ଟି ଚିପି ହତ୍ୟା କରିଛି। ସ୍ୱାମୀ ନଟବର ଟ୍ରାକ୍ଟର ରେ ଡ୍ରାଇଭର ଥିଲେ ଆଉ ଏକ ଟ୍ରାକ୍ଟର ରେ କେନ୍ଦିରି ଶ୍ରମିକ ଭାବରେ କାମ କରୁଥିଲେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ପରେ ପରକ୍ରିୟା ପ୍ରୀତି ପର୍ୟ୍ୟନ୍ତ କଥା ଯାଇଥିଲା।

ନଟବର ଙ୍କ ସ୍ତ୍ରୀ ରେବତୀ ଏହା ଜାଣିବା ପରେ ଏହା କୁ ବିରୋଧ କରିଥିଲେ।କିନ୍ତୁ ଗତକାଲି ଏହା ଉଗ୍ର ରୂପ ନେଇଥିଲା। ଉଭୟ ଭୁଇଁପୁର ନିକଟ ମେମରଦା ନଦୀରେ ଟ୍ରାକ୍ଟର ରେ ବାଲି ଉଠାଉ ଥିବା ବେଳେ ନଟବର ଙ୍କ ପତ୍ନୀ ରେବତୀ ପହଞ୍ଚି ଥିଲେ ଉଭୟ ଙ୍କ ମଧ୍ୟରେ ବଚସା ହେବା ପରେ ସ୍ୱାମୀର ପ୍ରେମିକା କେନ୍ଦିରି ମୁଣ୍ଡା ତାଙ୍କୁ ମାଡ଼ ପରି ତଣ୍ଟି ଚିପିଦେଇଥିଲେ ଫଳରେ ଘଟଣା ସ୍ଥଳରେ ରେବତୀ ର ମୃତ୍ୟୁ ଘଟିଥିଲା ଖବର ପାଇ ବାରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଜବତ କରି ୧୨/୨୦ ରେ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇ ଅଭିଯୁକ୍ତ କେନ୍ଦିରି ମୁଣ୍ଡା କୁ ଗିରଫ କରି କୋର୍ଟ ଚାଲାଣ କରିଛି।