ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ସୁନାରୀ ମୁଣ୍ଡା ନିକଟରୁ ୧୬୬ ବୋତଲ କଫ ସିରଫ ଓ ବ୍ୟାପକ ପରିମାଣର ନିଶା ଔଷଧ ଜବତ କରିବା ସହ ୩ ଜଣ ବ୍ୟକ୍ତିଙ୍କୁ ଝାରସୁଗୁଡା ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ଶ୍ୟାମଲାଲ ଦୁମ୍ବାଇ, ରାଜି ଦୁମ୍ବାଇ, ବାବୁ ଭଗତ ବୋଲି ଝାରସୁଗୁଡା ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟ, ଅଭିଯୁକ୍ତମାନେ ବେଆଇନ ଭାବରେ ବିକ୍ରି କରିବା ପାଇଁ ୧୬୬ ବୋତଲ ୱିନସିରେକ୍ସ କଫ ସିରଫ ଏବଂ ବ୍ୟାପକ ପରିମାଣର ନିଟରାଜେପାନ ଟାବଲେଟ ଚାଲାଣ କରୁଥିବାବେଳେ ସୁନାରୀମୁଣ୍ଡା ଛକ ନିକଟରେ ପୁଲିସ ହାତରେ ଧରାପଡିଥିଲେ। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରେଥିବା କଫସିରଫ, ଔଷଧ ଏବଂ ସ୍କୁଟିକୁ ଜବତ କରିଛି। ଏହାସହ କେସ୍ ନମ୍ବର ୫୦୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।