ନୂଆଦିଲ୍ଲୀ,ଏଜେନ୍ସି: କଡ଼ା ସୁରକ୍ଷା ସତ୍ତ୍ୱେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଗତିବିଧି ବନ୍ଦ ହେଉନାହିଁ। ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ଓ ଜାମ୍ମୁ କାଶ୍ମୀର ପୁଲିସ ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ ନେଉଥିଲେ ମଧ୍ୟ ସେମାନଙ୍କ ପାର୍ଦୁଭାବ କମୁନାହିିଁ। ଏହାରି ମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସ ପୁଣି ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।
ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଜାମ୍ମୁ କାଶ୍ମୀର ପୁଲିସ ମଙ୍ଗଳବାର ମଧ୍ୟରାତ୍ରିରେ ଜବାହର ଟନେଲରେ ଯୁଗ୍ମ ଅପରେଶନ ଆରମ୍ଭ କରିଥିଲା। ଏହି ଅପରେଶନ ସମୟରେ ୨ ଜଣ ସନ୍ଦିଗ୍ଧ ଗିରଫ ହୋଇଥିଲେ। ପୁଲିସ ସନ୍ଦିଗ୍ଧଙ୍କ ଠାରୁ ଗୋଟିଏ ଏକେ-୪୭, ଗୋଟିଏ ଏମ ୪ ୟୁସ କାର୍ବାଇନ, ୬ଟି ପିସ୍ତଲ ଓ ମାଗାଜିନ ଜବତ କରିଥିଲା।