Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଲୁଟ ଘଟଣାର ପର୍ଦ୍ଦାଫାସ, ଧରାପଡିଲେ ୪ ଡକାୟତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଲୁଟ ଘଟଣାର ପର୍ଦ୍ଦାଫାସ, ଧରାପଡିଲେ ୪ ଡକାୟତ

ଜଗତସିଂହପୁର,ଏନ୍ଏନ୍ଏସ୍: କୋରୁଅ ଗ୍ରାମ ଡକାୟତି ଘଟଣାର ଜଗତସିଂହପୁର ପୁଲିସ ପର୍ଦ୍ଦାଫାସ କରିଛି। ୫ଜଣ ମଧ୍ୟରୁ ୪ଜଣ ଡକାୟତକୁ ପୁଲିସ ଗିରଫ କରିଛି। ସମସ୍ତ ଅଭିଯୁ୍କ୍ତ କଟକ ଜିଲ୍ଲା ନିଆଳି ଥାନା ଅଂଚଳର ବୋଲି ମଙ୍ଗଳବାର ସଦର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର ସୂଚନା ପ୍ରଦାନ କରିଛନ୍ତି। ଗିରଫ ହୋଇଥିବା ଡକାୟତ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ନିଆଳି ଥାନା ଅନ୍ତର୍ଗତ କପାସି ବଦାରୋ ଗ୍ରାମର ସୁଧିର କୁମାର ମଲ୍ଲିକ, ଜ୍ଞାନ ରଂଜନ ଦାସ, ଦିପକ୍ ଭୋଇ ଓ ଅଭିଶେକ ସିଂହ। ଫେରାର ସହଯୋଗୀ ଜଣଙ୍କ ସେହି ନିଆଳି ଥାନା ଅନ୍ତର୍ଗତ ବାଦଲ ସ୍ୱାଇଁ ବୋଲି ଏଏସପି ପ୍ରକାଶ କରିଛନ୍ତି।

ଏଥି ସହିତ କୋରୁଅ ଗ୍ରାମରୁ ଡକାୟତ ହୋଇଥିବା ନଗଦ ୨୫ ହଜାର ଟଙ୍କାକୁ ଛାଡି ବାକି ସମସ୍ତ ଲୁଟ ସାମଗ୍ରୀ ତଥା ୨ହଳ କାନଫୁଲ, ୧ଟି ମଙ୍ଗଳସୂତ୍ର, ୪ଟି ବାହୁଟି, ୧ଟି ଚେନ୍, ୧ଟି ମୁଦି, ୧ଟି ମିନି ଲାପଟପ୍, ୪ଟି ମୋବାଇଲ ଫୋନ ଜବତ କରାଯାଇଛି।

ଏଥି ସହିତ ଡକାୟତରେ ସେମାନେ ବ୍ୟବହାର କରୁଥିବା ୨ଟି ଦେଶୀ ପିସ୍ତଲ ସହିତ ୨୦ ରାଉଣ୍ଡ ଗୁଳି, ୫ଟି ମୋବାଇଲ ଫୋନ ଓ ୨ଟି ବାଇକ ଜବତ କରାଯାଇଛି। ଫେରାର ଆସାମୀକୁ ଖୁବ୍ ଶିଘ୍ର ଗିରଫ କରାଯିବ ଓ ଗିରଫ ଡକାୟତମାନେ ଏକ ନୂଆ ଗ୍ୟାଙ୍ଗର ବୋଲି ପୁଲିସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ୍, ଆଇଆଇସି ରଜନୀକାନ୍ତ ମିଶ୍ର, ହାବିଲଦାର କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

ସୂଚନାରୁ ଜଣା ଯାଇଛି, ଗତ ତା ୫ ତାରିଖ ରାତ୍ର ୮.୩୦ମି ସମୟରେ କୋରୁଅ ଗ୍ରାମର ତ୍ରୟଲୋକ୍ୟ ମୋହନ ମିଶ୍ରଙ୍କ ଘରେ ଉପରୋକ୍ତ ୫ଜଣ ଡକାୟତ ପଶି ତ୍ରୟଲୋକ୍ୟ, ତାଙ୍କ ସ୍ତ୍ରୀ, ବାପା ଓ ମାଆଙ୍କୁ ମାଡ ମାରି ମୁଣ୍ଡରେ ବନ୍ଧୁକ ଦେଖାଇ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ସଦର ଥାନାରେ ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ସଦର ଏସ୍ଆଇ ରବିନ୍ଦ୍ର ନାଥ ବେହେରା ଥାନାରେ ଏକ ଡକାୟତ ମାମଲା ରୁଜୁ କରିଥିଲେ। ସଦର ଆଇଆଇସି ଓ ଏସଆଇ ଖୋଳତାଡ କରି ଡକାୟତ ଦଳ ନିଆଳି ଅଂଚଳର ହୋଇଥିବା ସୂଚନା ପାଇ ଚଢଉ କରିଥିଲେ।