really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁଲିସର ସୂଚନା ଅନୁଯାୟୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯୋଜନାବଦ୍ଧ ଭାବରେ ଏମାନେ ଲୁଟ କରିଥିଲେ । ଲୁଟରେ ପେପର ସ୍ପ୍ରେ ବ୍ୟବହାର କରିବା ପାଇଁ ସମୀର ପ୍ଲିପକାର୍ଟରୁ ଏକ ପେପର ସ୍ପ୍ରେ ମଗାଇଥିଲା । ଅଭିଷେକ , ସାହିଲ ଓ ପପ୍ପୁ ଏକ କଲା ମୋଟର ସାଇକଲରେ ଆସି ଲୁଟ କରିଥିବା ବେଳେ ସମୀର ଲୁଟ ଘଟଣାର ଯୋଜନା କରିଥିଲା ଓ ପେପର ସ୍ପ୍ରେ ଯୋଗାଇ ଥିଲା ।
ସେହିପରି ରାଜୁ ଓ ଆକାଶ ଲୁଟ ସମୟରେ ଘଟଣାସ୍ଥଳରେ ରହି ସମସ୍ତ ପ୍ରକାର ସୂଚନା ପ୍ରଦାନ କରୁଥିଲେ । ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ସମୟରେ ଏମାନଙ୍କର ସମ୍ପୃକ୍ତି ଥିବା ନେଇ ଜାଣିବାକୁ ପାଇଥିଲା । ଅଭିଯୁକ୍ତମାନଙ୍କୁ ଏକ ପୁଲିସ ଟିମ ଗିରଫ କରିବାକୁ ଯାଇଥିବା ବେଳେ ଅଭିଷେକ ସେମାନଙ୍କ ଉପରକୁ ଏକ ଦେଶୀ ବନ୍ଧୁକରୁ ଗୋଟାଏ ରାଉଣ୍ଡ ଗୁଳି ଚାଳନା କରିଥିଲା । ତେବେ ପୁଲିସ ଟିମ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।