ଚୋରି ମୋବାଇଲ ଓ ଲାପଟପ ଜବତ, ନାବାଳକ ସମେତ ୨ଗିରଫ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁଟୁରୁ ଫାଣ୍ଡି ଅଧୀନରେ ଚୋରି ହୋଇଥିବା ମୋବାଇଲ ଓ ଲାପଟପ ଜବତ ସହ ଏହି ଚୋରି ମାମଲାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ବିଳନୀ ରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଲଷ୍ମୀନାରାୟନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମଧ୍ୟରେ ଜଣେ ନାବାଲକ ଅଛନ୍ତି।

ସୂଚନା ମତେ କୁଟୁରୁ ଫାଣ୍ଡି ଅଧିନ ରେ ଥିବା ଡେର୍ଳାପଡା ଗାଁ ର ଯଶୋବନ୍ତ ଶବର ଦୀର୍ଘ ଦିନରୁ ଏହି ଚୋରି ରାକେଟ ରେ ଅଞ୍ଚଳର ଅନେକ ଦୋକାନରୁ ମୋବାଇଲ ଓ ଲାପଟପ ଚୋରି ରେ ସମ୍ପୃକ୍ତ ଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଅଭିଯୁକ୍ତ ଯଶୋବନ୍ତକୁ ଗିରଫ କରିବା ପରେ ତା ଠାରୁ ମିଳିଥିବା ସୂଚନାରୁ ଚୋରାରେ କିଣି ଥିବା ବ୍ୟକ୍ତି ଙ୍କ ନିକଟରୁ ନିକଟରୁ ଉଦ୍ଧାର କରିଥିବା ନେଇ ଏକ ସାମ୍ବାଦିକ ସମ୍ବିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।