ମହିଳାଙ୍କ ଏମିତି ଲୁଟିଲେ ଦୁର୍ବୃତ

ଘଟଗାଁ,ଏନ୍ଏନ୍ଏସ୍ : ଏଟିଏମରୁ ଟଙ୍କା ନବାହାରିବାରୁ ସାହାଯ୍ୟ କରିବା ଆଳରେ ୪୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟରେ । ସୂଚନା ଅନୁଯାୟୀ, ଘଟଗାଁ ବ୍ଲକ କପାସପଡା ଗ୍ରାମରେ ଏଏନଏମ ଭାବେ କାର୍ଯ୍ୟରତ ଥିବା ଆନନ୍ଦପୁର ଅଂଚଳର ବିମାଳା କାନ୍ତି ବେହେରା ଟଙ୍କା ଉଠାଣ ପାଇଁ ଢେଙ୍କିକୋଟର ଏକ ଏଟିଏମକୁ ଯାଇଥିଲେ । ଏଟିଏମରେ ଟଙ୍କା ନବାହାରିବାରୁ ପାଖରେ ଛିଡା ହୋଇଥିବା ୩ଜଣ ଯୁବକଙ୍କୁ ମହିଳା ଜଣକ ସାହାର୍ଯ୍ୟ ମାଗିଥିଲେ ।

ମହିଳାଙ୍କ ଠାରୁ ଜଣେ ଯୁବକ ଏଟିଏମ ନେଇ ଟଙ୍କା ବାହାର କରିବାକୁ ଚେଷ୍ଟା କରିଥିଲେ ମାତ୍ର ଟଙ୍କା ବାହାରିବନି ବୋଲି କହି ଯୁବକ ଜଣକ ମହିଳାଙ୍କୁ ଏଟିଏମଟି ଫେରାଇଦେଇ ସେଠାରୁ ୩ଯୁବକ ଚାଲିଯାଇଥିଲେ । ରାତିରେ ଏକାଉଣ୍ଟରୁ ୪୦ହଜାର ଟଙ୍କା ଉଠାଣ ହୋଇଥିବା ନେଇ ମହିଳାଙ୍କ ମୋବାଇଲକୁ ମେସେଜ ଆସିଥିଲା । ତେବେ ଏହି ଘଟଣା ଘଟିବା ପରେ ମଙ୍ଗଳବାର ସମୃକ୍ତ ମହିଳା ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।