ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ ଅଭିଯୋଗ

ନିମାପଡ଼ା : ମଙ୍ଗଳବାର ଅପରାହ୍ୱରେ ବଳଙ୍ଗା ଅଂଚଳରେ ଜଣେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଖଣ୍ଡା ମୁଣରେ ୧ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ ହୋଇଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗହୋଇଛି । ଢେଙ୍କାନାଳ ଜିଲ୍ଲା ସଦର ଥାନାର ସୈାମ୍ୟରଂଜନ ସାହୁ ବଳଙ୍ଗା ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ସୈାମ୍ୟରଂଜନ ଭାରତ ଫାଇନାନ୍ସ କମ୍ପାନୀର କଲେକ୍ସସନ ଏଜେଂଟ ଭାବେ କାର୍ୟ୍ୟ କରୁଥିବା ବେଳେ ଆଜି ବଳଙ୍ଗା ଅଁଚଳର କିଛି ମହିଳା ଗୋଷ୍ଟିଙ୍କ ଠାରୁ ରୁଣ ଟଙ୍କା କଲେକ୍ସନ କରି ବଳଙ୍ଗା ଥାନା ଅନ୍ତର୍ଗତ କୋଟକୁସାଙ୍ଗ –ବକୁ ରାସ୍ତାରେ ଯାଉଥିବା ବେଳେ ପଛରୁ ତାଙ୍କୁ ୨ଟି ବାଇକରେ ଫଲୋ କରୁଥିବା ୪ଜଣ ଦୁବୁର୍ତ ହାଠାତ ଏକ ନିଛାଟିଆ ସ୍ଥାନରେ ଅଟକାଇ ଖଣ୍ଡାରେ ଭୟଭୀତ କରି ସୈାମ୍ୟଙ୍କ ପାଖରୁ ୧ଲକ୍ଷ ୧୩ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଅଭିଯୋଗ ପାଇବା ପରେ ବଳଙ୍ଗା ପୁଲିସ ଘଟଣା ସ୍ଥଲକୁ ଯାଇ ତଦନ୍ତ କରିଥିଲେ ସୁଦ୍ଧା ଲୁଟେରାଙ୍କ ବିଷୟରେ କିଛି ସୁରାକ ମିଳିପାରିନାହିଁ ।