କବାଟ ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର କପଡା ଚୋରି

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ଥାନା ଅନ୍ତର୍ଗତ ଧୁବଲି ପଥର ଗ୍ରାମରେ ଥିବା ଏକ କପଡା ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର କପଡା ଚୋରି ହୋଇଥିବା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ୱିତ ରାତ୍ରିରେ ଧୋବିଲିପଥର ଗ୍ରାମରେ କପଡା ଦୋକାନ କରିଥିବା ରାମଣିକାନ୍ତ ସ୍ୱାଇଁ ଅନ୍ୟ ଦିନ ଭଳି ରବିବାର ରାତ୍ରିରେ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତେବେ ସୋମବାର ଦିନ ସକାଳେ ତାଙ୍କ ଦୋକାନ କବାଟ ଭଙ୍ଗା ଯାଇଥିବା ଏବଂ ଦୋକାନ ମଧ୍ୟରୁ କପଡା ସବୁ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ରମଣୀ ସୋମବାର ଦିନ ଦେବଗଡ଼ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଚୋରୀ ମାମଲା ରୁଜ୍ଜୁ କରି ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଚୋରି ସମ୍ପର୍କିତ କୌଣସି ସନ୍ଧାନ ପାଇ ପାରି ନଥିଲେ । ତେବେ ଏବେ ମଧ୍ୟ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଥିବା ଜଣାପଡିଛି।