କଳାକନା ବୁଲାଇଲେ: ସୁନା, ରୂପା ଓ ଟଙ୍କା ପୋଛିନେଲେ ଦୁର୍ବୃତ୍ତ

ରାୟଗଡା,ଏନ୍ଏନ୍ଏସ୍: ଘରେ ତାଲା ପଡିଥିବା ଦେଖି କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ଘଟଣାଟି ଘଟିଛି ରାୟଗଡା ସହର ଓଏମପି ନିକଟରେ। ଘଟଣାକ୍ରମେ ଓଏମପି ନିକଟରେ ରହୁଥିବା ବି.ରାଜେଶ ଯିଏକି ଜଣେ ଶିକ୍ଷକ ନିଜ ପରିବାର ସହ ୧୪ ତାରିଖ ଦିନ ପୋଙ୍ଗଲ ପର୍ବ ପାଳିବାକୁ ନିଜ ଗ୍ରାମ ଗୁଣପୁର ଯାଇଥିଲେ। ଆଜି ସକାଳ ୮ ଟା ବେଳେ ଘରକୁ ଫେରିବା ପରେ ଘରର ମେନ ଗ୍ରୀଲ, କବାଟ ଭଙ୍ଗା ଥିବା ଦେଖିବାକୁ ପାଇଥିଲେ।

ଏ ନେଇ ରାଜେଶ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରାୟଗଡା ପୋଲିସ ରାଜେଶଙ୍କ ଘରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ସନ୍ଧାନୀ କୁକୁର ସାହାର୍ଯ୍ୟରେ ଦୁର୍ବୃତ୍ତ ମାନଙ୍କ ସନ୍ଧାନ କରିଥିଲେ। ଦୁର୍ବୃତ୍ତମାନେ ରାଜେଶଙ୍କ ବେଡରୁମରେ ଥିବା ଆଲମାରୀ ଭାଙ୍ଗି ସେଥିରେ ଥିବା ୮ ତୋଳା ଓଜନର ଦୁଇଟି ହାର, କିଛି ରୂପା ସାମଗ୍ରୀ ସହ ନଗଦ ୨୦ ହଜାର ଟଙ୍କା ଲୁଟ୍ କରିନେଇଥିଲେ। ଏ ନେଇ ରାଜେଶ ରାୟଗଡା ଥାନାରେ ଲିିଖିତ ଅଭିଯୋଗ କରିଛନ୍ତି। ରାୟଗଡା ଥାନାରେ ୨୫/୨୦ ପ୍ରକାରେ ମାମଲା ରୁଜ୍ଜୁ ହୋଇ ପୋଲିସ ଘଟଣାର ତଦନ୍ତ ଜାରୀ ରଖିଥିବା ଜଣାପଡିଛିା