ବନ୍ଧୁକ ଦେଖାଇ ଲୁଟିନେଲେ ୧୨ ଲକ୍ଷ ଭତ୍ତା ଟଙ୍କା, ସୁରକ୍ଷାକର୍ମୀଙ୍କୁ ମାଡ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ସ୍ଥିତ କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ଆଗରୁ ମଂଗଳବାର ସକାଳେ ବନ୍ଧୁକ ମୁନରେ ପ୍ରାୟ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପାଇବା ପରେ ପୁଲିସ୍ ଛାନଭିନ କରୁଛି। ସୂଚନା ଅନୁଯାୟୀ, ମଂଗଳବାର କୁଆଁରମୁଣ୍ଡା ବ୍ଳକ୍ କାର୍ୟ୍ୟାଳୟ ପରିସରରେ ଭତ୍ତା ବଣ୍ଟନର କାର୍ୟ୍ୟକ୍ରମ ଥିଲା। ସେଥିପାଇଁ ଏକ ଘରୋଇ ସଂସ୍ଥାର ବୋଲେରୋରେ ବ୍ଳକ୍ କାର୍ୟ୍ୟାଳୟର ଦୁଇ ଜଣ କର୍ମଚାରୀ ଟଙ୍କା ନେଇ କାର୍ୟ୍ୟାଳୟକୁ ଆସୁଥିଲେ।

ସେମାନଙ୍କ ସହିତ ଗାଡ଼ି ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୪ ଜଣ ଥିଲେ। ସୁରକ୍ଷାକର୍ମୀ ଲୁଟେରାଙ୍କୁ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରି ଆହତ କରିଦେଇଥିଲେ। ଏକଥା ଜାଣିବା ପରେ ଭତ୍ତା ଟଙ୍କା ପାଇଁ ଆସିଥିବା ହିତାଧିକାରୀମାନଙ୍କୁ ନିରାଶରେ ଫେରିଯିବାର ଦେଖିବାକୁ ମିଳିଛି।