ବଦଳିଲେ ଲୋକସଭାର ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଲୋକସଭାର ବିରୋଧୀ ଦଳ ନେତାରେ ବଦଳି କରାଯାଇଛି। ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ ଏହି ପଦ ସମ୍ଭାଳିବେ ପଞ୍ଜାବ ଲୁଧିଆନା ସାଂସଦ ରବନୀତ ସିଂ ବିଟ୍ଟୁ। ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଥିବା ଅଧୀର ରଞ୍ଜନ ବିଧାନସଭା ନିର୍ବାଚନ ପାଇଁ ଆଗାମୀ ୨ ମାସ ବ୍ୟସ୍ତ ରହିବେ। ତେବେ ଏହି ୨ ମାସ ପାଇଁ ରବନୀତ ଲୋକସଭାରେ ବିରୋଧୀ ଦଳର ନେତା ରହିବେ। ରବନୀତ ଆଜି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।

ରବନୀତ ୨୦୦୯ରେ ପ୍ରଥମ ଥର ପାଇଁ ଆନନ୍ଦପୁର ସାହିବ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୧ରେ ପଞ୍ଜାବରେ ନିଶାଦ୍ରବ୍ୟ ନିରୋଧ ବୋର୍ଡ ଗଠନ ଦାବି କରି ସେ ଚର୍ଚ୍ଚାକୁ ଆସିଥିଲେ।