Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନାଲକୋ ଓଡିଶାରେ ୬୩୩ ଜଣଙ୍କୁ ନିଯୁକ୍ତି ଦେଇଛି: କୋଇଲା ମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନାଲକୋ ଓଡିଶାରେ ୬୩୩ ଜଣଙ୍କୁ ନିଯୁକ୍ତି ଦେଇଛି: କୋଇଲା ମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (National Aluminium Company Limited)ର ପ୍ରକଳ୍ପ ଗୁଡିକ ଯୋଗୁଁ ବିସ୍ଥାପିତ ହୋଇଥିବା ଓଡିଶାର ଲୋକ ମାନଙ୍କ ସମସ୍ୟା ଗୁଡିକୁ ଓଡିଶା ସରକାରଙ୍କ ଦ୍ୱାରା ଗଠିତ ପୁନର୍ବାସ ଏବଂ ପାରିପାର୍ଶ୍ୱକ ବିକାଶ ପରାମର୍ଶଦାତା ସମିତି (ଆରପିଡିଏସି) ଦ୍ୱାରା ସମୟ ସମୟରେ ସମୀକ୍ଷା କରାଯାଉଛି ।

ମହାନଦୀ କୋଲଫିଲ୍ଡସ ଲିମିଟେଡ ( Mahanadi Coalfields Ltd) ର, ଭୂମି, ଗଛ,ଫସଲ ଏବଂ ସଂରଚନା ଗୁଡିକୁ ଅଧିଗ୍ରହଣ କରିବା ପରେ କ୍ଷତିପୂରଣର ଆକଳନ ଭୂମି ଅଧିଗ୍ରହଣ, ପୁନର୍ବାସ ଏବଂ ଥଇଥାନ ଆଇନ ୨୦୧୩ (ଆରଏଫସିଟିଏଲଏଆରଆର ଆଇନ ୨୦୧୩) ଅନୁଯାୟୀ ଉଚିତ କ୍ଷତିପୂରଣ ଏବଂ ଆଧାରରେ ମୂଲ୍ୟାଙ୍କନ କରାଯାଇଛି । କୋଇଲା ବହନକାରୀ କ୍ଷେତ୍ର (ଅଧିଗ୍ରହଣ ଏବଂ ବିକାଶ ) ଆଇନ, ୧୯୫୭ ଅଧୀନରେ ଏମସିଏଲକୁ ଜମି ଦେଇ ଗ୍ରାମବାସୀମାନଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରା ଯାଇଛି ।

ନାଲକୋର ପ୍ରକଳ୍ପ ଗୁଡିକ ଯୋଗୁଁ ମୋଟ ୬୩୫ ଜଣ ବ୍ୟକ୍ତି ବିସ୍ଥାପିତ ହୋଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୬୦୦ ବ୍ୟକ୍ତି, କୋରାପୁଟ ଜିଲ୍ଲାର ଦାମନଯୋଡିର ହୋଇଥିବା ବେଳେ ଏବଂ ଅନୁଗୁଳ ଜିଲ୍ଲାରୁ ୩୫ ଜଣ ବ୍ୟକ୍ତି ବିସ୍ଥାପିତ ହୋଇଛନ୍ତି । ଦାମନଯୋଡିରେ ୬୦୦ ଜମି ବିସ୍ଥାପିତ ବ୍ୟକ୍ତି (ଏଲଡିପି) ମାନଙ୍କ ମଧ୍ୟରୁ ୫୯୯ ଏଲଡିପି / ସେମାନଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତି ନାଲକୋରେ କାର୍ଯ୍ୟରତ ଥିଲେ । ଅନୁଗୁଳର ୩୫ ଜଣ ଏଲପିଡି ମାନଙ୍କ ମଧ୍ୟରୁ ୩୪ ଜଣ ଏଲପିଡି ସେମାନଙ୍କ ଦ୍ୱାରା ନାମାଙ୍କିତ ବ୍ୟକ୍ତି ନାଲକୋରେ କାର୍ଯ୍ୟରତ ଅଛନ୍ତି । ଯେତେବେଳେ କି ଜଣେ ଏଲପିଡି ନିଯୁକ୍ତି ପ୍ରତି ବଦଳରେ ନଗଦ ସହାୟତା ରାଶି ନେବା ଉପରେ ପ୍ରାଥମିକତା ଦେଇଥିଲେ ।

ଏମସିଏଲ ଯୋଗୁଁ ପାଖାପାଖି ୧୬ ହଜାର ୨୯୭ ବ୍ୟକ୍ତି ବିସ୍ଥାପିତ ହୋଇଥିବା ଚିହ୍ନଟ କରାଯାଇଛି । ଯେଉଁ ମାନଙ୍କ ମଧ୍ୟରୁ ୧୧ ହଜାର ୮୩୭ ଜଣଙ୍କୁ ପୁର୍ନବାସର ଲାଭ ପ୍ରଦାନ କରାଯାଇ ସାରିଛି । କିନ୍ତୁ ଏବେ ସୁଦ୍ଧା ୧୧ ହଜାର ୮୩୭ ପରିବାର ଗୁଡିକ ମଧ୍ୟରୁ କେବଳ ୮ ହଜାର ୨୪୮ ପରିବାର ନିଜର ଗ୍ରାମ ଗୁଡିକୁ ସ୍ଥାନାନ୍ତର ହୋଇ ପାରିଛନ୍ତି । ୧୧ ହଜାର ୮୩୭ ପରିବାର ଗୁଡିକ ମଧ୍ୟରୁ ୩ ହଜାର ୪୫୫ ପରିବାର ଗୁଡିକୁ ପୁନର୍ବାସ ଏବଂ ପୁର୍ନବାସ ସ୍ଥଳରେ ପୁର୍ନବାସ ଜମି ପ୍ରଦାନ କରାଯାଇଛି । ୮ ହଜାର ୩୮୨ ପରିବାର ଗୁଡିକୁ ଏବେ ପର୍ଯ୍ୟନ୍ତ ଭୂମି ବଦଳରେ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଛି । ଶେଷ ପରିବାର ଗୁଡିକ ନିମନ୍ତେ ପୁନର୍ବାସ ଲାଭ ପ୍ରକ୍ରିୟାଧୀନ ଅବସ୍ଥାରେ ରହିଛି । ଓଡିଶା ସରକାରଙ୍କ ପୁନର୍ବାସ ଏବଂ ଥଇଥାନ (ଆରଆଣ୍ଡଆର) ନୀତି ଅନୁସାରେ ପୁନର୍ବାସ ଲାଭ ପ୍ରଦାନ କରା ଯାଇଥାଏ । କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।