ବାଙ୍ଗାଲୁରୁ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ଜୁନ ୧୪ ପର୍ୟ୍ୟନ୍ତ ଲକଡାଉନ ବଢ଼ାଇ ଦିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଘୋଷଣା କରିଛନ୍ତି। ପୂର୍ବରୁ ମେ’ ୨୪ରୁ ଜୁନ୍ ୭ ପର୍ୟ୍ୟନ୍ତ ଲକଡାଉନ ଜାରି କରାଯାଇଥିଲା।
ୟେଦୁରପ୍ପା କହିଛନ୍ତି ଯେ, ସଂକ୍ରମଣ କମିଥିଲେ ମଧ୍ୟ ରୋଗର ପ୍ରସାର ଏବେ ବି ଜାରି ରହିଛି। ବିଶେଷଜ୍ଞଙ୍କ ଅନୁରୋଧକ୍ରମେ ଜୁନ୍ ୧୭ ପର୍ୟ୍ୟନ୍ତ ଲକଡାଉନ ବଢ଼ାଇ ଦିଆଯାଇଛି। ଆଉ ସପ୍ତାହକ ପରେ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆଶା କରାଯାଉଛି।