ଥିରୁଅନନ୍ତପୁରମ,ଏଜେନ୍ସି: କରୋନା ମହାମାରୀରେ କେରଳ ବେଶ ପ୍ରଭାବିତ ହୋଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ପ୍ରଦେଶ ସରକାର ପୁଣି ଲକଡାଉନ ଅବଧିକୁ ମଇ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶୁକ୍ରବାର ଏହି ଘୋଷଣା କରିବା ସହିତ ଥିରୁଅନନ୍ତପୁରମ, ଏର୍ଣ୍ଣାକୁଲମ ଓ ତ୍ରିଶୁରରେ ଟ୍ରିପଲ ଲକଡାଉନ ଉଠାଇ ଦିଆଯିବ, କାରଣ ସେଠାରେ ସଂକ୍ରମଣ କମିଛି। ସେହିପରି ମଲପ୍ପୁରମରେ ଟ୍ରିପଲ ଲକଡାଉନ ଜାରି ରହିବ।