ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକଡାଉନକୁ ସଂପୂର୍ଣ୍ଣ ଖୋଲିବାକୁ ଉଚିତ୍ ମଣି ନାହାନ୍ତି। ତେଣୁ ଦେଶରେ ପଞ୍ଚମ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯାଇଛି। ଏହାର ଅବଧି ଜୁନ ୧ରୁ ଜୁନ୍ ୩୦ ରଖାଯାଇଛି। ହେଲେ ପୂର୍ବାପେକ୍ଷା ଲୋକଙ୍କୁ ଅଧିକ କୋହଳ କରାଯାଇଛି। ଗାଇଡଲାଇନ୍ ଅନୁଯାୟୀ ସେଲୁନ ଖୋଲିବାକୁ ଅନୁମତି ମିଳିଛି। ଜୁନ ୧ରୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଲାଗି ପାସର ଆବଶ୍ୟକତା ନାହିଁ। କିନ୍ତୁ ସମଗ୍ର ଦେଶରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ। କଣ୍ଟେନମେଣ୍ଟ ଜୋନରେ ପୂର୍ବବତ୍ତ କଟକଣା ଜାରି ରହିବ।
ପଞ୍ଚମ ପର୍ଯ୍ୟାୟ ଲକଡାଉନକୁ ଅନଲକ -୧ର ନାମ ଦିଆଯାଇଛି । ଏହାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ଅନଲକ-୧ର ପ୍ରଥମ ଫେଜରେ କଣ୍ଟେନମେଣ୍ଟ ଜୋନକୁ ଛାଡି ବାକି ଅଞ୍ଚଳରେ ପର୍ଯ୍ୟାୟକ୍ରମେ କୋହଳ ଦେବାକୁ ମଞ୍ଜୁରୀ ମିଳିଛି।
ଜାଣନ୍ତୁ ଲକଡାଉନ ୫.୦ର କ’ଣ ରହିବ ବନ୍ଦ ଏବଂ କ’ଣ ରହିବ ଖୋଲା