୪ ଧାମ ଯାତ୍ରା ଲାଗି ଯାତ୍ରୀଙ୍କ ସଂଖ୍ୟା ଉପରୁ ହଟିଲା ରୋକ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ୪ ଧାମ ଯାତ୍ରାକୁ ନେଇ ଭଲ ଖବର ସାମ୍ନାକୁ ଆସିଛି। ନୈନୀତାଲ ହାଇକୋର୍ଟ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ନିର୍ଦ୍ଧାରିତ ସଂଖ୍ୟା ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଏହି କଟକଣା ହଟିବା ପରେ ଶ୍ରଦ୍ଧାଳୁ ଏବେ ବିନା କୌଣସି ସମସ୍ୟାରେ ୪ ଧାମ ଯାତ୍ରା କରିପାରିବେ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଉତ୍ତରାଖଣ୍ଡର ୪ ଧାମ ଯାତ୍ରା ଉପରେ ରୋକ ଲାଗିଥିଲା। ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଲୋକଙ୍କ ରୋଜଗାର ଠପ୍ ହୋଇଯାଇଥିଲା। ଏଭଳି ସ୍ଥିତିକୁ ଦେଖି ଗତ ମାସ ହାଇକୋର୍ଟ ଯାତ୍ରାକୁ ଅନୁମତି ଦେଇଥିଲେ ହେଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ସୀମିତ କରିଥିଲେ। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ବଦ୍ରିନାଥ ପାଇଁ ୧୨୦୦, କେଦାରନାଥ ୮୦୦, ଗଙ୍ଗୋତ୍ରୀ ୬୦୦ ଓ ଯମନୋତ୍ରୀ ଲାଗି ୪୦୦ ଯାତ୍ରୀଙ୍କୁ ଅନୁମତି ପ୍ରଦାନ କରିଥିଲେ। ଏଥିସହିତ କରୋନା ନେଗେଟିଭ ରିପୋର୍ଟ ଓ ଡବଲ ଡୋଜ୍ ଭ୍ୟାକ୍ସିନର ସାର୍ଟିଫିକେଟ ସାଥୀରେ ନେବାକୁ ଆଦେଶ ଦେଇଥିଲେ।