୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଫୁଲବାଣୀ,ଏନ୍ଏନ୍ଏସ୍: ନାବାଳିକା ସହ ଯୌନ ସମ୍ପର୍କ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ଏଥିସହ ସେମାନଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କା ଜୋରିମାନା ହୋଇଛି। ଦୋଷୀମାନେ ହେଲେ ପୃଥ୍ୱୀରାଜ ପ୍ରଧାନ ଓ ରାଜନାରାୟଣ ପ୍ରଧାନ। ୨୦୧୬ରେ ସଦର ଥାନା ଅଞ୍ଚଳରେ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଯାଇଛି। ସ୍ପେଶାଲ ଟ୍ରାକ୍ ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି।