ଗୁଣୁପୁରର ପୁରାତନ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାୟଗଡା,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପୁରାତନ ମନ୍ଦିର ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୫ଟି ସଚିବଙ୍କ ଅଧୀନରେ କରାଯାଉଥିବା ବେଳେ ଓଡିଶାର ପୁରୀ ଶ୍ରୀ ମନ୍ଦିର ପରେ ଦକ୍ଷିଣ ଓଡିଶାର ବହୁ ପୁରାତନ ମା ତରାତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମକୁ ୫ଟି ସଚିବଙ୍କ ଅଧୀନରେ କରାଯାଉଛି। ଏନେଇ ଓଡିଶା ତଥା ରାଜ୍ୟ ବାହାରେ ପ୍ରଶଂସା ସାଉଁଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଣୁପୁର ପ୍ରେସ୍‌ ୟୁନିଅନର ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ଆଜି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲଙ୍କୁ ଭେଟି ଏ ବାବଦରେ ଆଲୋଚନା କରିଛନ୍ତି।

ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ, ସାଧାରଣ ସମ୍ପାଦକ ରାଜେଶ ପଣ୍ଡା, ଜିତେନ୍ଦ୍ର ଶତପଥୀ, ଅନୀଲ ସାହୁକାର, ରବି ମୋହିନୀ, ରାମ ନାୟକ, ସନ୍ତୋଷ ଗୁରୁ ପ୍ରମୁଖ ଗୁଣୁପୁରର ବହୁ ପୁରାତନ ଜଗନ୍ନାଥ ମନ୍ଦିର, ମା ମାଣିକେଶ୍ବରୀ ମନ୍ଦିର, ଭାଲେରିର ରାଧାକୃଷ୍ଣ ମନ୍ଦିର ଏବଂ ରାଜ୍ୟ ବାହାରୁ ଆସୁଥିବା ଦର୍ଶନୀୟ ତଥା ବହୁ ପୁରାତନ ଶୈବ ପୀଠ ଏବଂ ଦକ୍ଷିଣ ଓଡିଶାର ତିନି ପ୍ରମୁଖ ନଦୀର ସଂଗମ ସ୍ଥଳର ମିନାଝୋଲାରେ ମୀନକେତନ ଶୈବପୀଠକୁ ପର୍ଯ୍ୟଟନର ମାନ୍ୟତା ଦେବା ସହ ଏସବୁକୁ ୫ଟି ଯୋଜନାରେ ସାମିଲ କରିବା ପାଇଁ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଦାବିପତ୍ର ଗ୍ରହଣ କରି ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେ ଏ ବାବଦରେ ମଧ୍ୟ ପୂର୍ବରୁ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ଦେଇଥିଲେ। ଖୁବ୍‌ଶୀଘ୍ର ଏକ ପ୍ରତିନିଧି ଦଳ ପ୍ରେସ୍‌ ୟୁନିଅନ ଏବଂ କିଛି ବୁଦ୍ଧିଜୀବୀଙ୍କୁ ନେଇ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଯୋଗାଯୋଗ କରିବେ ବୋଲି ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି।