ଲସ୍କର-ଏ-ତୈୟବାର ଆତଙ୍କବାଦୀ ବଡ଼ଗାମରୁ ଗିରଫ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ପୁଲିସ ମଧ୍ୟ କଶ୍ମୀରର ବଡ଼ଗାମ ଜିଲ୍ଲାରୁ ଲସ୍କର-ଏ-ତୈୟବାର ଜଣେ ସକ୍ରିୟ ଆତଙ୍କବାଦୀକୁ ଗିରଫ କରିଛି। ଆତଙ୍କବାଦୀ ଜଣକ ହେଲା ପେଠ ଜନିଗାମରେ ରହୁଥିବା ହାମିଦ ନାଥ। ସେ ଚଳିତ ବର୍ଷ ଫେବୃଆରୀ ୨୬ରେ ସକ୍ରିୟ ହୋଇଥିଲା। ହାମିଦ ଲସ୍କର କମାଣ୍ଡର ମହମ୍ମଦ ୟୁସୁଫ କାଂତ୍ରୋର ଖୁବ୍ ନିକଟତର ସହଯୋଗୀ ହୋଇଥିବା ନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।