ରାମନାଗୁଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ନିକଟସ୍ଥ ହନୁମାନ ମନ୍ଦିରରେ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏଥିରେ ରାମନାଗୁଡ଼ା ବିଡିଓ ପ୍ରଭାତି ଝୋଡ଼ିଆ ଉପସ୍ଥିତ ରହି ଶୁଭ ଦେଇଥିବାବେଳେ ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା, ବାର୍ତ୍ରୀ ମାଣ୍ଡାଙ୍ଗି, ବ୍ଲକ ବିଜେଡି ଯୁବ ସଭାପତି ସଞ୍ଜୟ ପ୍ରଧାନ ଓ ମକରଧ୍ୱଜ ଧୋବା ପ୍ରମୁଖ ଉପସ୍ଥିତ ଥିଲେ । ଏହି କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ୧୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିବାବେଳେ ଖୁବଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହେବା ନେଇ ସୂଚନା ମିଳିଛି ।