ବଲାଙ୍ଗିରରେ ଖୋଲିଲା ଆଇନ ସହାୟତା କେନ୍ଦ୍ର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସିଭିଲକୋର୍ଟ ପରିସରରେ ଏକ ଆଇନ ସହାୟତା କେନ୍ଦ୍ର ଖୋଲାଯାଇଛି । ପ୍ରବାସୀ ଓଡ଼ିଆଙ୍କୁ ତୁରନ୍ତ ଆଇନ ସହାୟତା ଯୋଗାଇ ଦେବା ପାଇଁ ଏହି କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସହାୟତା ପାଇଁ ଆଇନ ସେବା ପ୍ରାଧିକରଣ ନଂ ୧୫୧୬ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ସମ୍ମୁଖ କାର୍ଯ୍ୟାଳୟ ସହାୟତା ନମ୍ବରରେ ଯୋଗାଯୋଗ କରିବାକୁ ସୂଚନା ଜାରି କରାଯାଇଛି ।