ଭଦ୍ରକରେ ଲୁଗାଫିଙ୍ଗାରୁ ଲାଠିଚାର୍ଜ, ଥାନାଧିକାରୀଙ୍କୁ ବଦଳି

ଭଦ୍ରକ ଜିଲ୍ଲା ପୁରୁଣା ବଜାର ଅଞ୍ଚଳରେ ଜଣେ ପୁଲିସ ଥାନାଧିକାରୀ ଦୋକାନ ଲୁଗାକୁ ବାହରେ ଫିଙ୍ଗିଦେବା ଓ ଦୁର୍ବବ୍ୟବହାର ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିଛି। ଫୁଲିସ ଥାନାଧିକାରୀ ତଥା ଭଦ୍ରକ ଆଇଆଇସି ପ୍ରଜ୍ଞା ମହାନ୍ତି ଲୁଗା ଦୋକାନକୁ ଯାଇ ଲୁଗା ଫିଙ୍ଗି ଦେଇଥିଲେ। ସମ୍ପୃକ୍ତ ଦୋକାନୀ ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କୁ ଖରାପ ବ୍ୟବହାର କରିଥିଲେ। ଏନେଇ ସ୍ଥାନୀୟ ଲୋକେ ତାତିଥିଲେ। ପରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠି ଚାର୍ଜ କରିଥିଲା। ଘଟଣାସ୍ଥଳରେ ପୂର୍ବଞ୍ଚଳ ଆଇଜି ଓ ଭଦ୍ରକ ଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାସହ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଇଜି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସମ୍ପୃକ୍ତ ଥାନା ଅଧିକାରୀ ପ୍ରଜ୍ଞ ମହାନ୍ତିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରତିକାନ୍ତ ଗିରିଙ୍କୁ ନିଯୁକ୍ତ ଦିଆଯାଇଛି।