କଡ଼ା ଜବାବ ଦେଲେ ଲତା, କହିଲେ-ଆମ ସମସ୍ୟା ଆମେ ସମାଧାନ କରିବୁ

ମୁମ୍ବାଇ,ଏଜେନ୍ସି: କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଆମେରିକୀୟ ପପ୍ ସିଙ୍ଗର ରିହାନାଙ୍କ ଏକ ଟୁଇଟ ପରେ ସୋଶାଲ ମିଡିଆରେ ଝଡ ସୃଷ୍ଟି ହୋଇଛି। କେତେକ ସେଲେବ୍ରିଟି ତାଙ୍କୁ ସମର୍ଥନ କରୁଛନ୍ତି ତ ଆଉ କେତେକ ବିରୋଧ। ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ କରଣ ଜୋହରଙ୍କ ସମେତ ଅନେକ ସେଲିବ୍ରିଟି ରିହାନାଙ୍କ ଟୁଇଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏବେ ଏହି ତାଲିକାରେ ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ନାମ ଯୋଡି ହୋଇଛି।

ଲତା ମଙ୍ଗେସକର ଟୁଇଟ କରି ରିହାନାଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି। ସେ କହିଛନ୍ତି, “ଭାରତ ଏକ ଗୌରବଶାଳୀ ରାଷ୍ଟ୍ର। ଆମେ ସମସ୍ତ ଭାରତୀୟ ଏହାକୁ ନେଇ ଗୌରବାନ୍ୱିତ। ଜଣେ ଗର୍ବିତ ଭାରତୀୟ ଭାବେ, ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, କୌଣସି ବି ସମସ୍ୟାକୁ ଆମେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଢ଼ଙ୍ଗରେ ମିଳିମିଶି ସମାଧାନ କରିପାରିବୁ। ଏଥିପାଇଁ ଆମେ ପୁରାପୁରି ସକ୍ଷମ।” ଏଥିସହ ଲତା ଅପପ୍ରଚାରୀଙ୍କ ଠାରୁ ଦୂରେଇ ରହିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।