କରନଙ୍କ ସହ ୧୦୦ କୋଟିର ଡିଲ୍‌ କଲେ ବିଜୟ

ମୁମ୍ବାଇ,ଏଜେନ୍ସି: ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ ସାଉଥ ସୁପରଷ୍ଟାର ତଥା ‘ଅର୍ଜୁନ ରେଡ୍ଡି’ ଫେମ୍ ବିଜୟ ଦେବରକୋଣ୍ଡା। ନିର୍ଦ୍ଦେଶିତ କରନ ଜୋହରଙ୍କ ପ୍ରଡକ୍ସନ୍ ‘ଲାଇଗର’ ଫିଲ୍ମରେ ବିଜୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଶୁଣିବାକୁ ମିଳିଛି ଯେ ବିଜୟ କେବଳ କରନ ଜୋହରଙ୍କ ସହ ‘ଲାଇଗର’ କରିବେ ନାହିଁ ବରଂ ଆଉ ଦୁଇଟି ଫିଲ୍ମ ମଧ୍ୟ କରିବେ। ଏକକାଳୀନ ତିନୋଟି ଚଳଚ୍ଚିତ୍ରର ପାଇଁ ସେ କରନଙ୍କ ସହ ଚୁକ୍ତି କରିଛନ୍ତି। ଏଥିପାଇଁ ବିଜୟ ଏବଂ କରନଙ୍କ ମଧ୍ୟରେ ୧୦୦ କୋଟି ଟଙ୍କାର ଡିଲ୍‌ ହୋଇଛି। ତିନୋଟି ଫିଲ୍ମ ପାଇଁ କରନ ବିଜୟଙ୍କୁ ୧୦୦ କୋଟି ଟଙ୍କା ଫିସ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ, “କରନ ଜୋହର ବିଜୟଙ୍କ ସହ ଏକ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଅନୁସାରେ, କରନ ବିଜୟଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି। ବିଜୟଙ୍କୁ କରନଙ୍କ ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ତିନୋଟି ଚଳଚ୍ଚିତ୍ର କରିବାକୁ ପଡିବ। ସାଉଥ ଫିଲ୍ମ ଅପେକ୍ଷା ବିଜୟ ଅଧିକ ବଲିଉଡ ଫିଲ୍ମ ତିଆରି କିରବାକୁ ଇଚ୍ଛା ରଖିଛନ୍ତି। ଡିଲ ଅନୁଯାୟୀ ବିଜୟଙ୍କୁ ଏହି ତିନୋଟି ଚଳଚ୍ଚିତ୍ର ଏକାସାଙ୍ଗରେ କରିବାକୁ ପଡିବ ନାହିଁ। ଫ୍ରି ଟାଇମ ମିଳିଲେ ସେ କରଣଙ୍କ ସହ ଏହି ପ୍ରୋଜେକ୍ଟରେ କାମ କରିବେ।

ବିଜୟଙ୍କୁ ‘ଲାଇଗର’ ଫିଲ୍ମରେ ଜଣେ ଆକ୍ସନ ହିରୋ ଭୂମିକାରେ ଦେଖିବାକୁ ମିଳିବ। ତେଣୁ କରନ ତାଙ୍କର ଆଉ ଏକ ଫିଲ୍ମରେ ବିଜୟଙ୍କୁ ରୋମାଣ୍ଟିକ ହିରୋ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି। ତାଙ୍କର ପରବର୍ତ୍ତୀ ଫିଲ୍ମଟି କରନ ଜୋହର ଶୈଳୀରେ ହେବ। ଏଥିରେ ବିଜୟଙ୍କୁ ରୋମାଣ୍ଟିକ-ଗ୍ଲାମରସ୍ ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ବିଜୟ ବେଶ ଷ୍ଟାଇଲିସ୍ ଲୁକରେ ନଜର ଆସିବେ। ବର୍ତ୍ତମାନ ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ଚାଲିଥିବା ସୂଚନା ମିଳିଛି।