ଅନ୍ତିମ ଯାତ୍ରାରେ ଯୋଦ୍ଧା

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରାରେ ୮୦୦ ସୈନିକ ଉପସ୍ଥିତ ରହିଛନ୍ତି। ପ୍ରାର୍ଥୀବ ଶରୀର ସମ୍ମୁଖରେ ୯୯ ଟ୍ରାଇ ସର୍ଭିସ ଅଧିକାରୀ ରହିଥିବାବେଳେ ପଛରେ ୯୯ ଅଧିକାରୀ ରହିଛନ୍ତି। ଶୋଭାଯାତ୍ରାରେ ୩୩ ଜଣିଆ ଟ୍ରାଇ ସର୍ଭିସ ବ୍ୟାଣ୍ଡ ସାମିଲ ହୋଇଛନ୍ତି।ଜେନେରାଲ ରାୱତଙ୍କ ଶେଷ ଦର୍ଶନ ଲାଗି ହଜାରେ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଛି। ଲୋକେ ‘ଭାରତ ମାତା କି ଜୟ’ ନାରା ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ସିଡିଏସ ଜେନେରାଲ ବିପିନ ରାୱତଙ୍କ ପ୍ରାର୍ଥୀବ ଶରୀର ତାଙ୍କ ବାସଭବନରୁ ବରାର ସ୍କୋୟାର ଶ୍ମଶାନ ଘାଟ ନିଆଯାଉଛି। ସିଡିଏସଙ୍କୁ ୧୭ ତୋପର ସଲାମି ଦିଆଯିବ। ସେଠାରେ ହିନ୍ଦୁ ରୀତିନୀତି ଅନୁସାରେ ସଂଧ୍ୟା ୫ଟାରେ ଅନ୍ତିମ ସଂସ୍କାର କରାଯିବ।