୨୪୬ ନମୁନାରେ ମିଳିଲାନି ଓମିକ୍ରନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଦେଶରୁ ଓଡ଼ିଶା ଫେରି କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨୪୬ ଜଣଙ୍କଠାରେ ଓମିକ୍ରନ୍ ଭ୍ୟାରିଏଣ୍ଟ ମିଳିନାହିିଁ। ଜିନମ ସିକ୍ୟୁଏନ୍ସ ପାଇଁ ଆଇଏଲଏସ୍ ଆସିଥିବା ୨୪୬ ନମୁନାରେ ଓମିକ୍ରନ୍ ନାହିଁ। ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଜିନମ ସିକ୍ୟୁଏନ୍ସ ପାଇଁ ୧୪୧ ଜଣଙ୍କ ନମୁନା  ଆଇଏଲଏସ ପଠାଯାଇଥିଲା। ସେଥିରୁ ମଧ୍ୟ ଓମିକ୍ରନ ଭ୍ୟାରିଏଣ୍ଟ ମିଳିନଥିଲା।