ବଡଗାମରୁ ଲସ୍କର-ଏ-ତୋଏବା ଆତଙ୍କବାଦୀ ଗିରଫ

ଶ୍ରୀନଗର,ଏଜେନ୍ସି: ଜମ୍ମୁରୁ ପୁଣି ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି ପୋଲିସ ଓ ବିଏସ୍‌ଏଫ୍‌। ଚାଦୁରା ବଡଗାମ ଅଞ୍ଚଳରୁ ଲସ୍କର-ଏ-ତୋଏବାର ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିବା ନେଇ ଜମ୍ମୁ ଓ କାଶ୍ମୀର ପୋଲିସ ସୂଚନା ଦେଇଛି। ବର୍ତ୍ତମାନ ଏହି ଆତଙ୍କବାଦୀକୁ ନେଇ ପଚରାଉଚରା କରୁଛନ୍ତି ସୁରକ୍ଷାକର୍ମୀ।

ଲସ୍କର-ଏ-ତୋଏବାର ଏହି ଆତଙ୍କବାଦୀ ମେମାନ୍ଦର ସୋପିଆନ୍‌ ଅଞ୍ଚଳରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲା। ଆତଙ୍କବାଦୀର ନାମ ହେଉଛି ଜାହାଙ୍ଗିର ନାଇକୁ। ଜାହାଙ୍ଗିରରୁ କାର୍ଯ୍ୟକଳାପ ଧୀରେଧୀରେ ପୋଲିସର ସନ୍ଦେହ ଘେରକୁ ଆସିଥିଲା। ଏହାପରେ ଲଗାତାର ଭାବରେ ତା ଉପରେ ପୋଲିସ ନଜର ରଖିଥିଲା।

ତେବେ ଏହାକୁ ନେଇ ଜାହାଙ୍ଗିରକୁ କୌଣସି ସନ୍ଦେହ ହେବାକୁ ଦେଇନଥିଲା ସୁରକ୍ଷାକର୍ମୀ। ତେବେ ଆଜି ପ୍ରମାଣ ମିଳିବା ପରେ ତାକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ଉଭୟ ପୋଲିସ ଓ ସୁରକ୍ଷାକର୍ମୀ। ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀକୁ ନେଇ ପୋଲିସ ଅଧିକ ସୂଚନା ଦେବାକୁ ମନା କରିଛି।