ବରଦାସ୍ତ କରିବୁନି କୌଣସି ଦେଶବିଦ୍ରୋହୀ କାର୍ଯ୍ୟ- ବିପିନ ରାୱତ

ନୂଆଦିଲ୍ଲୀ, ଏଜେନ୍ସି: ପଡୋଶୀ ପାକିସ୍ତାନ ଓ ଚୀନକୁ କଡା ଚେତାୂନୀ ଦେଇଛନ୍ତି ସିଡିଏସ୍ ଜେନେରାଲ ବିପିନ ରାୱତ। ସେ କହିଛନ୍ତି ଯେ ଭାରତ ଏହାର ସୀମାରେ କୌଣସି ପ୍ରକାର ଦେଶବିରୋଧୀ କାର୍ଯ୍ୟ ବରଦାସ୍ତ କରିବ ନାହିଁ।
ଏକ ୱେବିନିନରରେ ଜେନେରାଲ ରାୱତ ଯୋଗଦେଇ କହିଥିଲେ ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ପରିସ୍ଥିତି ତିକ୍ତ ରହିଛି। ଆମେ ସ୍ଫଷ୍ଟଭାବେ କହିରଖୁଛୁ ଯେ ,ପ୍ରକୃତ ନିୟନ୍ତ୍ରଣ ଲାଇନରେ କୌଣସି ପ୍ରକାର ପରିବର୍ତ୍ତନ ବା ମନ୍ଦକାର୍ଯ୍ୟ ଆମେ ଗ୍ରହଣ କରିବୁ ନାହିଁ। ଗତ ତିନି ଦଶନ୍ଧି ଧରି ପାକିସ୍ତାନ ଇସଲାମିକ ମୌଳିକବାଦୀ ତଥା ଧାର୍ମିକ ଆତଙ୍କବାଦର ମୁଖ୍ୟ କେନ୍ଦ୍ର ହୋଇ ରହିଛି।

ସେମାନେ ଏହି ଆତଙ୍କବାଦକୁ ଭାରତ ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି।ସୀମାରେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଅସ୍ତ୍ରବିରତି ଉଲ୍ଲଂଘନ କରି କାଶ୍ମୀରରେ ଅନୁପ୍ରବେଶ କରିବାରେ ସାହାଯ୍ୟ କରୁଛନ୍ତି । ତିନି ଦଶନ୍ଧି ମଧ୍ୟରେ ପାକିସ୍ତାନ ଆତଙ୍କବାଦକୁ ଅଧିକ ଉତ୍ସାହିତ କରିଛି ଯାହାଫଳରେ ସେମାନେ ବିଭିନ୍ନ ପ୍ରକାର ଆକ୍ରମଣ କରିବାକୁ ଆଗେଇ ଆସୁଛନ୍ତି । ଭାରତ-ଚୀନ୍ ସୀମା ବିବାଦ ଯୋଗୁଁ ଲଦାଖର ଉଚ୍ଚ ଶିଖରରେ ସେନା କର୍ମଚାରୀଙ୍କ ନିୟୋଜନ ଏବେବି ରହିଆସିଛି। ଏହି ଟେନସନକୁ ହ୍ରାସ କରିବା ପାଇଁ ଦୁଇ ଦେଶର ମୂଳ କମାଣ୍ଡରଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ଆଜି ଚୁସୁଲରେ କର୍ପସ କମାଣ୍ଡର ସ୍ତରର ଅଷ୍ଟମ ରାଉଣ୍ଡ ଆଲୋଚନା ଚାଲିଛି।