ସ୍ୱାଭିମାନ ଅଞ୍ଚଳରୁ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନକୁ ଉଦ୍ଧାର କଲେ ୧୪୪ ବାଟାଲିୟନର ବିଏସଏଫ ଯବାନ। ପରେ ବମ ସ୍କ୍ୱାର୍ଡ ଦ୍ୱାରା ଏହାକୁ ନିଷ୍କ୍ରିୟ କରାଯାଇଥିଲା। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜିଥିବା ସନ୍ଦେହ ହେଉଛି। ମାଓ ବିରୋଧୀ ଅପରେସନରେ ଯବାନ ଜଙ୍ଗଲ ଭିତରେ ଯିବାବେଳେ କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ ମାଓବାଦୀ। ଲ୍ୟାଣ୍ଡମାଇନ ଏତେ ଭୟଙ୍କର ଥିଲା ଯବାନଙ୍କ ଗାଡିକୁ ଅତି ସହଜରେ ୨୦ ରୁ ୨୫ ଫୁଟ ଉପରକୁ ଉଡାଇବାର କ୍ଷମତା ରହିଥିଲା। ମାଓବାଦୀଙ୍କ ଏହି ଯୋଜନାକୁ ବିଏସଏଫ୍ ଯବାନମାନେ ପଣ୍ଡ କରିଦେଇଛନ୍ତି।