ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଯବାନ ସହିଦ

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରର ନାଓସେରା ସୁନ୍ଦରବନୀ ସେକ୍ଟରରେ ଏଲଓସି ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁଁ ୨ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଏଲଓସିଠାରେ ଭାରତୀୟ ସୈନ୍ୟ ଦଳ ଯିବା ସମୟରେ ଲ୍ୟାଣ୍ଡମାଇନ ଉପରେ ପାଦ ପଡ଼ିଯିବା ପରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଜଣେ ଯବାନ ସହିଦ ହୋଇଥିଲେ। ଦୁଇ ଜଣ ଗୁରୁତର ଆହତ ହେବା ସଙ୍ଗେ ସଙ୍ଗେ ଆହତ ଯବାନମାନଙ୍କୁ ସୈନିକ ଡାକ୍ତରଖାନା ପଠାଯାଇଥିଲା।

କହିରଖୁ କି କିଛି ଦିନ ତଳେ ପୁଞ୍ଜ ଜଙ୍ଗଲରେ ଆତଙ୍କୀ ଆକ୍ରମଣ ହେତୁ ଜଣେ ଅଫିସରଙ୍କ ସମେତ ୯ ଜଣ ଯବାନ ସହିଦ ହୋଇଥିଲେ। କୁହାଯାଉଛି କି ସେହି ଅଞ୍ଚଳର ଏହା ସବୁଠୁ ଲମ୍ବା ସମୟର ଆତଙ୍କବାଦ ଆକ୍ରମଣ। ଆତଙ୍କବାଦୀମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିଲେ ବୋଲି ଜଣେ ଅଫିସର ସୂଚନା ଦେଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ନାଓସେରା ସେକ୍ଟର ରାଜୋରି ଜିଲ୍ଲାରେ ଗତ ତିନି ସପ୍ତାହ ଧରି ଭାରତୀୟ ସୈନ୍ୟ ଅପରେସନ ଚାଲିଥିଲା। ଏହାର ଖବର ପାଇ ଆତଙ୍କବାଦୀ ଦଳ ସେଠାରେ ପହଞ୍ଚି ସୁଯୋଗ ଦେଖି ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୨ ଯବାନଙ୍କ ସହ ତିନି ଜଣ ଆହତ ହୋଇଥିଲେ।