ଟଳିଲା ବିପଦ, ଲ୍ୟାଣ୍ଡମାଇନ ନଷ୍ଟ କଲେ ଯବାନ

ନୂଆପଡ଼ା, ଏନ୍ଏନ୍ଏସ୍: କୋମନା ଥାନା ଅନ୍ତର୍ଗତ ଚେରେଚୁଆଁ ବନ୍ୟପ୍ରାଣୀ ତନଖି ଫାଟକରେ ଆଜି ସାଢ଼େ ପାଞ୍ଚ କେଜି ର ଏକ ଲ୍ୟାଣ୍ଡମାଇନ ଠାବ ହୋଇଛି। ଏହାକୁ ୨୧୬ ସିଆରପିଏଫ୍ ବାଟାଲିୟନ ଏବଂ ନିସ୍କ୍ରିୟ ଦଳ ନଷ୍ଟ କରିଛନ୍ତି। ଜବତ ହୋଇଥିବା ଲ୍ୟାଣ୍ଡମାଇନକୁ ଚେରେଚୁଆଁ ଗ୍ରାମର ୨୦୦ ମିଟର ଦୂର ଏକ ନାଳରେ ନଷ୍ଟ କରାଯାଇଛି। ଏହି ୨୦୦ ମିଟର ପର୍ଯ୍ୟନ୍ତ ସାଧାରଣ ପ୍ରବେଶ ଉପରେ ରୋକ୍ ଲଗାଯାଇଥିଲା।