Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇସ୍ରୋ ସହ ଲ୍ୟାଣ୍ଡରର ଯୋଗାଯୋଗ ବିଚ୍ଛିନ୍ନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇସ୍ରୋ ସହ ଲ୍ୟାଣ୍ଡରର ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ,ଏଜେନ୍ସି : ଶେଷ ମୁହୂର୍ତ୍ତରେ ଇସ୍ରୋ ସହ ଲ୍ୟାଣ୍ଡରର ଯୋଗାଯୋଗଚ୍ଛିନ୍ନ ହେବାରୁ ଭାରତର ଚନ୍ଦ୍ର ଅଭିଯାନ ନେଇ ଚୂଡ଼ାନ୍ତ ସୂଚନା ମିଳିପାରିନାହିଁ। ଚନ୍ଦ୍ରଠାରୁ ଲ୍ୟାଣ୍ଡର ବିକ୍ରମ ୨.୧ କିମି ଦୂରରେ ରହିଥିବା ପର୍ଯ୍ୟନ୍ତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହ ଚନ୍ଦ୍ରଯାନ- ୨ର ଯୋଗାଯୋଗ ଠିକ୍ ଥିଲା। ଏହାପରେ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏହି ଅଭିଯାନ ସଫଳ କିମ୍ବା ବିଫଳ ହୋଇଛି ସେନେଇ ସ୍ପଷ୍ଟଭାବେ କରାଯାଇପାରୁନାହିଁ। ଲ୍ୟାଣ୍ଡରର ସ୍ଥିତି କିପରି ରହିଛି ଏବଂ ଏହା ଚନ୍ଦ୍ର ପୃଷ୍ଠରେ ଠିକ୍ ଭାବେ ଅବତରଣ କରିଛି କି ନାହିଁ ତାହାର ସୂଚନା ଇସ୍ରୋ ପାଖରେପହଞ୍ଚିପାରିନାହିଁ। ତଥାପି ଇସ୍ରୋର ବୈଜ୍ଞାନିକମାନେ ଲ୍ୟାଣ୍ଡର ବିଳମ୍ବରେ ତଥ୍ୟ ପଠାଇପାରେ ବୋଲି ଆଶା କରୁଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ଲ୍ୟାଣ୍ଡର ପଠାଇଥିବା ତଥ୍ୟକୁ ଇସ୍ରୋ ପକ୍ଷରୁ ତର୍ଜମା କରାଯାଉଛି।

ଲ୍ୟାଣ୍ଡରର ଅବତରଣ କାର୍ଯ୍ୟ ଦେଖିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ କାର୍ଯ୍ୟାଳୟରେ ନିଜେ ଉପସ୍ଥିତ ଥିଲେ। ଇସ୍ରୋ ଅଧ୍ୟକ୍ଷ କେ.ଶିବନଲ୍ୟାଣ୍ଡର ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବା ସମ୍ପର୍କରେ ଘୋଷଣା କରିବାପରେ ସବୁ ବୈଜ୍ଞାନିକଙ୍କ ମନରେ ବିଷାଦର ଛାୟା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଏହା ଲକ୍ଷ୍ୟ କରି ଏଥିରେ ନିରୁତ୍ସାହିତ ନହେବାକୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ। ସେ କିଛି ବୈଜ୍ଞାନିକଙ୍କ ପିଠି ଥାପୁଡ଼ାଇ ଦେଇ କହିଥିଲେ ଯେ ଆପଣମାନେ ଦେଶପାଇଁ ବହୁତ ବଡ଼ କାମ କରିଛନ୍ତି। ଦେଶ ଆପଣମାନଙ୍କ ପାଇଁ ଗର୍ବିତ। ଅଭିଯାନର ଏପର୍ଯ୍ୟନ୍ତ ଆସିପାରିଛନ୍ତି ତାହା କିଛି କମ୍ କଥା ନୁହେଁ। ଉତ୍ଥାନ ଓ ପତନ ହେଉଛି ଜୀବନର ଏକ ଅଂଶ। ତଥାପି ଶେଷ ଫଳାଫଳକୁ ଅପେକ୍ଷା କରାଯାଉ। ଆପଣମାନେ ସବୁବେଳେ ଆଗୁଆ ହୁଅନ୍ତୁ। ମୁଁ ଆପଣମାନଙ୍କ ସହ ସବୁବେଳେ ରହିଛି। ଆମେ ଆମର ଯାତ୍ରାକୁ ଅବ୍ୟାହତ ରଖିବା। କେବେହେଲେ ବି ଆଶା ହରାଇବା ଉଚିତ ନୁହେଁ।

ଭାରତର ବହୁ ପ୍ରତୀକ୍ଷିତ ୨ ଚନ୍ଦ୍ର ମିଶନ ଉପରେ ସାରା ବିଶ୍ୱର ନଜର ଥିଲାବେଳେ ଚନ୍ଦ୍ରଯାନ- ୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଶୁକ୍ରବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। ବିକ୍ରମ ସଫଳତାର  ସହ ଅବତରଣ କରିଥିଲେ ଭାରତ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ବିଶ୍ୱର ୪ର୍ଥ ରାଷ୍ଟ୍ର ଓ ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ  ରାଷ୍ଟ୍ରରୂପେ ପରିଗଣିତ ହୋଇଥାନ୍ତା। ଏଥିପୂର୍ବରୁ ଆମେରିକା, ରୁଷିଆ ଓ ଚୀନ୍ ଏହି ସଫଳତା ହାସଲ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ୨ ପାଳି ସରକାରର ୧୦ ଦିନ ପୂର୍ତ୍ତି ପାଳନ ହେବାକୁ ଯାଉଛି। ଚନ୍ଦ୍ର ଅଭିଯାନ  କ୍ଷେତ୍ରରେ ଭାରତର ଏହି ଐତିହାସିକ ଉପଲବ୍ôଧକୁ ଦେଖିବା ପାଇଁ ଖୋଦ୍‌ ପ୍ରଧାନମନ୍ତ୍ରୀ ଓଡ଼ିଶାର ଚିନ୍ମୟ ଚୌଧୁରୀଙ୍କ ସମେତ ୬୦ ଜଣ ଛାତ୍ରଛାତ୍ରୀଙ୍କ ଗହଣରେ ଉପସ୍ଥିତ ରହିଥିଲେ। ଚନ୍ଦ୍ରଯାନ- ୨ରୁ ଅର୍ବିଟର ଓ ଲ୍ୟାଣ୍ଡର ‘ବିକ୍ରମ’ ଗତ ସୋମବାର ଅଲଗା ହୋଇ ଯାଇଥିଲା ବେଳେ ମଙ୍ଗଳବାର ସକାଳ ୮.୫୦ରେ ଲ୍ୟାଣ୍ଡର ‘ବିକ୍ରମ’ର କକ୍ଷପଥକୁ ବଦଳାଇଥିଲେ (ଡି– ଅର୍ବିଟ୍) ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକ। ଏହି କକ୍ଷପଥ ବଦଳାଇବାକୁ ଲ୍ୟାଣ୍ଡର ଇଞ୍ଜିନ୍କୁ ‘ଇସ୍ରୋ’ରକଣ୍ଟ୍ରୋଲ ରୁମ୍ରୁ ୩୩ ସେକେଣ୍ଡ୍ ଖୋଲିବା ପାଇଁ ଇସ୍ରୋର ବୈଜ୍ଞାନିକମାନେ ସିଗ୍ନାଲ ଦେଇଥିଲେ। ବୈଜ୍ଞାନିକମାନଙ୍କ ଆଶାନୁରୂପ କାର୍ଯ୍ୟ କରିଥିଲା ଲ୍ୟାଣ୍ଡର। ଏହାକୁ ବୁଧବାର ସକାଳେ ପୁଣି ଆଉ ଥରେ ଡି– ଅର୍ବିଟ୍ କରାଯାଇଥିଲା। 

ଏ ନେଇ ଇସ୍ରୋର ଚିଫ୍ କେ. ସିବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦି ଥିଲେ, ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ପିଠିକୁ ଥାପୁଡ଼ାଇ ତାଙ୍କୁ ଆତ୍ମବିଶ୍ୱାସ ନ ହରାଇବାକୁ କହିଥିଲେ।