Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯୋଜନାରେ ଅଟକିଛି ଓଡ଼ିଶା ଫିଲ୍ମ ସିଟି ପ୍ରକଳ୍ପ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯୋଜନାରେ ଅଟକିଛି ଓଡ଼ିଶା ଫିଲ୍ମ ସିଟି ପ୍ରକଳ୍ପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱପ୍ନରେ ଅଟକିଯାଇଛି ଓଡ଼ିଶାରେ ଫିଲ୍ମ ସିଟି ପ୍ରକଳ୍ପ। ଓଡ଼ିଶାର ଚଳଚ୍ଚିତ୍ର, ପର୍ଯ୍ୟଟନ, ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଚିଲିକାରେ ଏକ ‘ଫିଲ୍ମ ସିଟି’ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ମନୋରଞ୍ଜନ କ୍ଷେତ୍ରରେ ଏହା ସବୁଠାରୁ ବଡ଼ କେନ୍ଦ୍ର ହେବାର ଯୋଜନା କରାଯାଇଥିଲା। ହାଇଦ୍ରାବାଦ୍ରେ ଥିବାରାମୋଜି ଫିଲ୍ମ ସିଟି ପରି ଓଡ଼ିଶାରେ ନିର୍ମାଣ ହୋଇଥାନ୍ତା ଫିଲ୍ମ ସିଟି। ପ୍ରାକୃତିକ ମନୋହର ପରିବେଶ ସାଙ୍ଗକୁ ମଲ୍ଟି କମ୍ପେ୍ଲକ୍ସଫିଲ୍ମ ଷ୍ଟୁଡିଓ, ତାରକା ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିର ଉପଭୋଗ ଆଦିର ଉପଭୋଗ କରିପାରିବେ ଦର୍ଶକ।

ଚିଲିକାବୁଲିବାପାଇଁ ଆସୁଥିବା ପର୍ଯ୍ୟଟକମାନେ ଫିଲ୍ମସିଟି ବୁଲିବାର ସୁଯୋଗ ପାଇବେ। ୨୦୧୭ ମସିହାରେ ଏମିତି ସ୍ୱପ୍ନ ଦେଖାଇଲେ ରାଜ୍ୟ ସରକାର। ଏଥିପାଇଁ ବ୍ଲୁପ୍ରିଣ୍ଟ ଓ ଡିଜାଇନିଂ ମଧ୍ୟ ଶେଷ ହୋଇଥିଲା। କିନ୍ତୁ ଆଜିଯାଏଁ ତାହା ସତ ହୋଇପାରିଲା ନାହିଁ। ୨୦୧୭ ମସିହା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ ଫିଲ୍ମ ପ୍ରଯୋଜକ ମୁସ୍କତ୍ ନାଦିଆଦ୍ୱାଲା ଏହି ଫିଲ୍ମ ସିଟି ପ୍ରୋଜେକ୍ଟର ପ୍ରସ୍ତାବ ଉଠାଇଥିଲେ। ଏହାପରେ ଏଥିରେ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଥିଲେ। ଏହି ପ୍ରକଳ୍ପ ୨ବର୍ଷ ମଧ୍ୟରେ ଶେଷ ହେବା ନେଇ ଯୋଜନା ହୋଇଥିଲା। ଏଥିପାଇଁ ସମୁଦାୟ ୫ହଜାର କୋଟି ଟଙ୍କା ବ୍ୟୟ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଦୁବାଇ, ସିଙ୍ଗାପୁର ଓ ଲଣ୍ଡନ୍ର ଆର୍କିଟେକରମାନେ ଏଥିପାଇଁ ବ୍ଲୁପ୍ରିଣ୍ଟ ଓ ଡିଜାଇନ୍ ପ୍ରସ୍ତୁତ କରିଥିଲେ।

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ‘ଗ୍ରୁପ୍ ଅଫ୍ ବମ୍ବେ’। ଏହାପରେ ୧ହଜାର ଏକର ଜମି ପରିମିତ ଅଞ୍ଚଳରେ ଫିଲ୍ମ ସିଟି କରିବା ପାଇଁ ଯୋଜନା ହୋଇଥିଲା। ଏହାସହିତ ୫ହଜାର କୋଟି ଟଙ୍କାର ଅର୍ଥ ବ୍ୟୟ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ଫିଲ୍ମ ସିଟି କେବଳ ଫିଲ୍ମ ଜଗତ ପାଇଁ ନୁହେଁ, ବରଂ ପର୍ଯ୍ୟଟନ ଓ ପର୍ଯ୍ୟଟକଙ୍କ ପାଇଁ ବିଶେଷଭାବେ ଲାଭଦାୟକ ହୋଇପାରିଥାନ୍ତା। ଏହି ପ୍ରକଳ୍ପ ନିର୍ମାଣ ପରେ ଓଡ଼ିଆ ଚଳଚ୍ଚିତ୍ର ସୁଟିଂ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥାନ୍ତା। ଏହି ଫିଲ୍ମ ସିଟିରେ ଅନ୍ତତଃ ୧୫ଟି ଚଳଚ୍ଚିତ୍ର ଏକାସାଙ୍ଗରେ ସୁଟିଂ ପାଇଁ ବ୍ଲୁପ୍ରିଣ୍ଟରେ ବ୍ୟବସ୍ଥା ରହିଥିଲା। ଏହି ଫିଲ୍ମ ସିଟି ନିର୍ମାଣ କରାଯାଇଥିଲେ, ଓଡ଼ିଶାର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ହାଇଦ୍ରାବାଦ ରାମୋଜୀ ଫିଲ୍ମ ସିଟି ବା ମୁମ୍ବାଇ ନଯାଇ ଓଡ଼ିଶାରେ ସୁଟିଂ କରିପାରନ୍ତେ। ଏ ନେଇ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ନ୍ତାନି। କିନ୍ତୁ ସବୁକିଛି ଅଧାରେ ଅଟକିଯାଇଛି।

ଫିଲ୍ମ ସିଟି ନିର୍ମାଣ କରିବା ତ ଦୂରର କଥା ଓଡ଼ିଶାରେ ଥିବା ଏକମାତ୍ର କଳିଙ୍ଗ ଷ୍ଟୁଡିଓର ଅବସ୍ଥା ସୁଧୁରିପାରୁନି। ୧୯୯୯ ମସିହା ପରଠାରୁ ନଷ୍ଟ ହୋଇଯାଇଥିବା କଳିଙ୍ଗ ଷ୍ଟୁଡିଓ ଆଜିପର୍ଯ୍ୟନ୍ତ ଅଣ୍ଟା ସଳଖି ଛିଡା ହୋଇପାରିଲାନାହିଁ। କଳିଙ୍ଗ ଷ୍ଟୁଡିଓକୁ ଆଗରୁ ବହୁ ବାହାର ରାଜ୍ୟର ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଫିଲ୍ମ ନିର୍ମାଣ ପାଇଁ ଆସୁଥିଲେ। ଏବେ କେବଳ କର୍ପୁର ଉଡିଯାଇଛି, କପଡ଼ା ରହିଛି। ଯେତିକି ସଜଡାଯାଇଥିଲାଫାନି ପରେ ତାହା ଆହୁରି ନଷ୍ଟ ହୋଇଯାଇଛି। ଗୋଟିଏ ମାତ୍ର କଳିଙ୍ଗ ଷ୍ଟୁଡିଓକୁସଜଡ଼ାଯାଇ ପାରୁନଥିବାବେଳେ ଚିଲିକାରେ ଓଡ଼ିଶା ଫିଲ୍ମ ସିଟି ନିର୍ମାଣ ଯୋଜନା ପରିକଳ୍ପନାରେ ରହିଯାଇଛି।