ଲଖିମପୁର ହିଂସା: ୩ ଦିନିଆ ରିମାଣ୍ଡରେ ଆଶିଷ ମିଶ୍ରା

ଉତ୍ତରପ୍ରଦେଶ: ଲଖିମପୁର ଖୀରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ୩ଦିନ ପାଇଁ ପୁଲିସ ରିମାଣ୍ଡରେ ନେଇଛି। ପୁଲିସ ୧୪ ଦିନ ପାଇଁ ରିମାଣ୍ଡ ମାଗିଥିଲା। କିନ୍ତୁ ୩ଦିନ ଅର୍ଥାତ୍ ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ପ୍ରଦାନ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ଓ ପ୍ରତାଡ଼ିତ କରାଯିବନି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ହୋଇଥିବା ଲଖୀମପୁର ଖୀରୀ ହିଂସା ମାମଲାରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଶନିବାର ୧୨ ଘଣ୍ଟା ପଚରାଉଚୁରା ପରେ ଗିରଫ କରାଯାଇଥିଲା।