ଖୋର୍ଦ୍ଧା,ଏନଏନଏସ: ପୁଣି ଖୋର୍ଦ୍ଧାରେ ସକ୍ରିୟ ହୋଇଛନ୍ତି ବ୍ରାଉନସୁଗାର ବେପାରୀ। ଆଜି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଖୋର୍ଦ୍ଧା ବାଇପାସ ନିକଟରେ ଚଢ଼ାଉ କରି ୧୦୫ଗ୍ରାମ ବ୍ରାଉନସୁଗାର ଜବତ କରିବା ଏକ ବନ୍ଧୁକ ଏବଂ ନଗଦ ୧୨ ହଜାର ଟଙ୍କା ଜବତ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ଜଟଣୀ ମୁଣ୍ଡିଆସାହି ଅଞ୍ଚଳର ଏସ.କେ.ସରିଫ। ସେହିପରି ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।