ଦରମା ନ ମିଳିବାରୁ ଶ୍ରମିକ ଅଶାନ୍ତି

ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ଧୁତ୍ରାସ୍ଥିତ ଜେସିଡବ୍ଲୁ ଅଲଟ୍ରାଟେକ ସିମେଂଟ କାରଖାନାରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ଅପ୍ରିଲ ମାସର ଦରମା ଦିଆଯାଇ ନଥିବାରୁ ଶ୍ରିକମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଶ୍ରମିକମାନେ ବାରମ୍ବାର ଦରମା ଦାବି କରିବା ପରେ କମ୍ପାନୀ କର୍ତୃପକ୍ଷ ଗତ ୨୦୧୯ ଅପ୍ରିଲ ମାସରେ ଦିଆଯାଇଥିବା ଦରମା ଅନୁସାରେ ଦରାମା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ। ହେଲେ ଶ୍ରମିକମାନେ ଚଳିତବର୍ଷ ଯେପରି ଦରମା ଦିଆଯାଉଛି ସେମିତି ଦରମା ଦିଆଯାଉ ବୋଲି କହିିଥିଲେ। ହେଲେ ଏଥିରେ ରାଜି ନହୋଇ କମ୍ପାନୀ କର୍ତୃପକ୍ଷ ଠିକା ଶ୍ରମିକମାନଙ୍କ ଦରାମକୁ ହୋଲ୍ଡ କରିଥିଲେ। ତେବେ ଏନେଇ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରୀପାଠୀ ଖବରପାଇ ଝାରସୁଗୁଡା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ବଲବିନ୍ଦର ସିଂ ଓ ନିଳାମ୍ବର ଡନସେନକୁ ଶ୍ରମିକଙ୍କ ସମସ୍ୟାନେଇ କମ୍ପାନୀ କର୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ କହିଥିଲେ। ବଲବିନ୍ଦର ଓ ନିଳାମ୍ବର ଧୁତ୍ରାସ୍ଥିତ ଅଲଟ୍ରାଟେକ ସିମେଂଟ କାରଖାନକୁଯାଇ କର୍ମଚାରୀ ସଙ୍ଘ ସଭାପତି ସନ୍ତୋଷ କୁାମର ବାଗ ଓ କମ୍ପାନୀ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଚଳିତ ବର୍ଷ ମିଳୁଥିବା ଦରମା ଅନୁସାରେ ଖୁବ ଶୀଘ୍ର ଠିକା କର୍ମଚାରୀଙ୍କୁ ସେମାନଙ୍କ ଦରମା ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି ।