ରାଇସ୍ ମିଲରେ ଶ୍ରମିକଙ୍କ ମୃତ୍ୟୁ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ଥାନା ଅର୍ନ୍ତଗତ ରିଗଡୁଲସ୍ଥିତ ସାଲେଶ୍ୱର ରାଇସ୍ ମିଲ୍‌ରେ ମେସିନ୍ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମେଟ ମାଝୀ(୫୫) । ମିଳିଥିବା ରିପୋର୍ଟ ମୁତାବକ, ମେଟ ରାଇସ୍ ମିଲରେ କାମ କରୁଥିବାବେଳେ ସେ ପିନ୍ଧିଥିବା ଚାଦର ମେସିନରେ ଲାଗିଯାଇ ତାଙ୍କ ଶରୀରକୁ ଟାଣି ନେଇଥିଲା। ମେଟଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିଆଯାଇ ଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।