ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

କୁଆଁପାଳ,ଏନ୍ଏନ୍ଏସ୍: ଶନିବାର ସନ୍ଧ୍ୟାରେ ଭଦ୍ରେଶ୍ୱର ପଞ୍ଚାୟତ ଅଧୀନସ୍ଥ ଝାଡେଶ୍ୱରପୁର ଗ୍ରାମର ନଟବର ମହାନ୍ତି ଓ ତାଙ୍କ ପୁଅ ମନୋଜ କୁମାର ମହାନ୍ତିଙ୍କ ଦୁଇ ବଖରା ଚାଳଛପର ଅଗ୍ନିକାଣ୍ଡରେ ପୋଡିଯାଇଛି। ଏହାସହ ଘରର ଆସବାବପତ୍ର, ଧାନ, ଚାଉଳ, ବାସନକୁସନ ସମେତ ବହୁ ଘର କରଣା ଜିନିଷ ପୋଡି ନଷ୍ଟ ହୋଇଛି । ଖବର ପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ପ୍ରଶାସନ ପକ୍ଷରୁ ଅଗ୍ନିବିପନ୍ନ ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି।