ପୁରୀ,ଏନ୍ଏନ୍ଏସ୍: ଗତ ୧୬ ତାରିଖ ଦିନ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ୨ ଷଡଯନ୍ତ୍ରକାରୀଙ୍କ ସହ ୪ ଜଣଙ୍କୁ ଅଟକ ରଖିଛି ପୁଲିସ। ପୂର୍ବରୁ ମଧ୍ୟ ଏହି ମାମଲାରେ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଥିବା ବେଳେ ଗତକାଲି ଗୁନ ସିଂହାରୀର ସମ୍ପର୍କୀୟ ବାପ-ପୁଅଙ୍କୁ ଉଠାଇ ଆଣିଥିଲା ପୁଲିସ।
୪ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ ଅଧିକ ପଚରାଉଚରା କରୁଛି। ଘଟଣା ପଛରେ ପୂର୍ବଶତ୍ରୁତା କିମ୍ବା ଜମିଜମା ବିବାଦ ସେନେଇ ପୁଲିସ ଛାନଭିନ ଚଳାଇଛି। ଏହି ଦୁଇ ଜଣ ମୃତ ଗୁନ ସିଂହାରୀଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି।୨୦୧୨ ସେପ୍ଟେମ୍ବର ୧୨ ତାରିଖରେ ବରିଷ୍ଠ ସେବାୟତ ଗୁନ ସିଂହାରିକୁ ହତ୍ୟା କରାଯାଇଥିଲା।