ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନା ଅଧିକାରୀ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ଥାନା ଆଇଆଇସି ଭିଜିଲାନ୍ସ ଜାଲରେ।ଥାନା ଅଧିକାରୀ ଧୀରଜ କୁମାର ଲେଙ୍କା ଏକ ଘରୋଇ ଗାଡ଼ିରେ ଫୁଲବାଣୀ ଆସୁଥିବା ବେଳେ ବାଲିଗୁଡ଼ାରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଆଇଆଇସି ଲେଙ୍କାଙ୍କ ଗାଡ଼ିରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି। ଲେଙ୍କାଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ହୋଇଆସୁଥିଲା। ଲେଙ୍କା ବିଭିନ୍ନ ମାମଲାକୁ ରଫା ଦଫା କରିବା ଲାଗି ମୋଟା ଅଙ୍କର ଅର୍ଥ ଦାବି କରି ନେଉଥିବା ଅଭିଯୋଗ ହୋଇଥିଲା।

ନିକଟରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମରିବା ନେଇ ହୋମଗାର୍ଡ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଲେଙ୍କାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଓ ଏନେଇ ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।