ସ୍ଥାୟୀ ନିଯୁକ୍ତି ପାଇଁ ଛଟେଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦାବି

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କୋଭିଡ କେୟାର କେନ୍ଦ୍ରରେ ୯ମାସ କାର୍ଯ୍ୟ କରିଥିବା ଠିକା ମହିଳା ସ୍ୱାସ୍ଥ୍ୟ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଲିମପ୍ରାପ୍ତ ମହିଳା ଓ ଯୁବତୀଙ୍କୁ  ସ୍ୱାସ୍ଥ୍ୟକର୍ମୀ ଭାବେ ଓଡିଶା ସରକାର ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। ସେମାନେ ନିଜ ଜୀବନକୁ ବାଜି ଲଗାଇ ଚିକିତ୍ସା କରିଥିଲେ। ରାଜ୍ୟ ସରକାର ସେମାନଙ୍କୁ ପ୍ରଶଂସା କରିବା ବଦଳରେ ଚାକିରିରୁ ତଡି ଦେଇ ଅପମାନିତ କରିଥିବା ଛଟେଇ ସ୍ୱାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ସ୍ଥାୟୀନିଯୁକ୍ତି ଦେବାସହ ୯ମାସର ଅନୁଭୂତି ପ୍ରମାଣପତ୍ର ପ୍ରଦାନ ଓ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।