କୋରାପୁଟ,ଏନ୍ଏନ୍ଏସ୍: ଓଡିଶା-ଆନ୍ଧ୍ର ସୀମା ବିବାଦ ଲାଗି ରହିଥିବାବେଳେ ପଟ୍ଟାଙ୍ଗୀ ବ୍ଲକର ସୀମାନ୍ତ ଗ୍ରାମ ସୁନାବେଡାରେ ଆନ୍ଧ୍ରର ସୂଚନା ଫଳକ ଓଡିଶା ସୀମା ଭିତରେ ପୋତା ଯିବା ଘଟଣା ଦୁଇ ରାଜ୍ୟ ମଧ୍ୟରେ ପୁଣି ଏକ ବିବାଦ ସୃଷ୍ଟି କରିଛି । ଆନ୍ଧ୍ର ପ୍ରଶାସନର ଏଭଳି କାର୍ଯ୍ୟକୁ ସୁନାବେଡା ଗ୍ରାମବାସୀ ବିରୋଧ କରିଛନ୍ତି।
କୋରାପୁଟ ଜିଲ୍ଲାପାଳ ମଧୁ ସୂଦନ ମିଶ୍ରଙ୍କ ନିର୍ଦ୍ଦେଶରେ ଉକ୍ତ ଫଳକକୁ ବାହାର କରି ଦିଆଯାଇଛି। ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, କୋରାପୁଟ ଉପ-ଜିଲ୍ଲାପାଳ ଲଲିତ କୁମାର କହଁର , ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା , ବିଡିଓ ମୋନାଲିସା ଦେବତା ଓ ଅନ୍ୟାନ୍ୟ ଅଧିକାରୀ ସୁନାବେଡା ଯାଇ ଓଡିଶାର ଫଳକ ଲଗାଇବା ସହ ଆନ୍ଧ୍ରର ଫଳକଟିକୁ କାଢି ଆନ୍ଧ୍ର ସୀମାରେ ଲଗେଇ ଥିଲେ। କୋରାପୁଟ ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକୁ ଆନ୍ଧ୍ରର ଡେକାପାରୁ ଓ ବଡାଲାମ୍ବା ଗ୍ରାମର କିଛି ମହିଳା ବିରୋଦ୍ଧ କରିଛନ୍ତି। ଓଡିଶା ସୂଚନା ଫଳକ ଯଦି କଢାଯାଏ ତେବେ ଆନ୍ଧ୍ର ପ୍ରଶାସନ ସହ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ପ୍ରକାଶ କରିଛନ୍ତି।