କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲା କୋଟପାଡ଼ ପୁଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢ଼ଉରେ ବିପୁଳ ପରିମାଣର ପୋଚ ଏବଂ ଦେଶୀ ରନ୍ଧା ମଦ ଜବତ କରାଯାଇଛି। କୋଟପାଡ଼ ଥାନା ଶୁଣ୍ଢିଧାରଗୁଡ଼ି ଓ ଭନସୁଲି ଗ୍ରାମରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ସୂଚନା ମିଳିବା ପରେ ଜୟପୁର ଅବକାରୀ ନିରୀକ୍ଷକ ବିମ୍ବାଧର ପଣ୍ଡାଙ୍କ ନେତୃତ୍ୱରେ ମିଳିତ ଚଢ଼ଉ କରାଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ଚୋରା ମଦ ବେପାରୀ ଖସି ପଳାଇ ଥିବାବେଳେ ଘଟଣାସ୍ଥଳରୁ ୩୦୦୦ ଲିଟର ପୋଚ ଏବଂ ୨୦୦ ଲିଟର ରନ୍ଧା ଦେଶୀ ମଦ ଜବତ କରି ନଷ୍ଟ କରାଯାଇଥିଲା। ଏହି ସବୁ ଅଞ୍ଚଳରେ ଆଗାମୀ ଦିନରେ ନିୟମିତ ଚଢ଼ଉ ଜାରି ରହିବ ବୋଲି ଅବକାରୀ ନିରୀକ୍ଷକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।