କରୋନା ସଚେତନତା : ଗାଁ’ ବହାରୁ ଆସୁଥିବା ଲୋକଙ୍କ ହାତ ଧୋଇଲେ ମହିଳାଗୋଷ୍ଠୀ

କୋଣାର୍କ,ଏନ୍ଏନ୍ଏସ୍ : ପୁରୀ ଜିଲ୍ଲା କୋଣର୍କ ଥାନା ଅଧିନସ୍ଥ ସିମିଳି ପଂଚାୟତ ପକ୍ଷରୁ ୫ନଂ ୱାର୍ଡର ପଇତାବରାଇ ଗ୍ରାମରେ ମହିଳାଗୋଷ୍ଠୀଙ୍କ କରୋନା ସଚେତନତା ଦେଖିବାକୁ ମିଳିଛି । ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ନେଇ ଚିନ୍ତିତ ଥିବାବେଳେ ସ୍ୱଚ୍ଛ ଓ ସଚେତନତା ନେଇ ଗ୍ରାମ ବହାରକୁ କୈାଣସି ଜରୁରି କାର୍ଯ୍ୟରେ ଯାଇ ପୁଣି ଗାଁ’କୁ ଫେରୁଥିବା ବେଳେ ଗାଁ’ ମୁଣ୍ଡରେ ଲୋକଙ୍କ ହାତଧୋଇ ଗ୍ରାମକୁ ପବେଶ କରାଉଛନ୍ତି ଏହି ମହିଳାଗୋଷ୍ଠୀ ।

ହାତଧୋଇବା ପାଇଁ ପାଣି,ସାବୁନ ଯୋଗାଇ ଦେଇ ଲୋକମାନଙ୍କୁ ହାତ ଧୋଇ ଗ୍ରାମକୁ ପ୍ରବେଶ କରିବାକୁ ନିବେଦନ କରିବା ସହିତ ଗ୍ରାମ ବହାରକୁ ନ ଯାଇ ଘରେ ରହି ନିଜ ଓ ନିଜ ପରିବାରକୁ କରୋନା ଦାଉରୁ ବଂଚାଇବାକୁ ସଚେତନତା କରୁଛନ୍ତି। ଲୋକମାନେ ମଧ୍ୟ ମହିଳାମାନଙ୍କ କଥାମାନି ହାତ ଧୋଇ ଘରକୁ ଯାଉଛନ୍ତି। ପଇତା ବରାଇ ଗ୍ରାମର ମହିଳାଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି । ଏହି କରୋନା ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମର ମିନାକ୍ଷୀ ଶତପଥୀ, ପ୍ରତିମା ବିଶ୍ୱା, ସରୋଜିନ କାଣ୍ଡୀ, ମିନତି ପଣ୍ଡାଙ୍କ ସମେତ ୫ନଂ ୱାର୍ଡସଭ୍ୟ ପ୍ରଦିପ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।