ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା

ସଇଁତଳା,ଏନ୍ଏନ୍ଏସ୍: ଗୁରୁବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ମୁଖ୍ୟ ଅତିଥି ଭାବରେ ପରିଚାଳନା ସମିତିର ଉପସଭାପତି ଭୀମସେନ ସ୍ଵାଇଁ ଉଦ୍‌ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ବିନୟ ଭୋଇ, କୋଷାଧକ୍ଷ ଭୀମସେନ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ଶିଶୁ ବର୍ଗର ୩୫ ଜଣ, ବାଲ ବର୍ଗର ୨୫ ଜଣ, କିଶୋର ବର୍ଗର ୩୦ ଜଣଙ୍କ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ଏହା ବ୍ୟତୀତ ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନ ମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚ, ପତ୍ରବାଚନ, ଗଳ୍ପ କଥନ ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଥିଲା। ସମାରୋପ ଉତ୍ସବରେ ପରିଚାଳନା କମିଟିର ସମ୍ପାଦକ ଯୁବରଜ ରଣା ବିଜ୍ଞାନର ଉପଦେୟତା ବିଷୟରେ ମାର୍ଗ ଦର୍ଶନା କରିଥିବା ବେଳେ ବିଚାରକ ଭାବରେ ବ୍ରାହ୍ମଣୀ ସରକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କ୍ଷେତ୍ରପତି ଜଓଲ, ଭଦ୍ରା ସରକାରୀ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋଜ ଦାଶ ଏବଂ ସ୍ଥାନୀୟ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ ନାଏକ ଗୁରୁଜୀ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ।

ଏଥିରେ ଶିଶୁ ବର୍ଗର ୨୦ ଜଣ, ବାଲା ବର୍ଗର ୨୪ ଜଣ, କିଶୋର ବର୍ଗର ୨୫ ଜଣ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳକୁ ମନୋନୀତ ହୋଇଥିଲେ। ଭବାନୀ ଗହିର ବିଜ୍ଞାନ ମେଳାର ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ ଆଚାର୍ଯ୍ୟ ଝସ, ଗରୁଡ, ନୂତନ, ବେଣୁ, ବିନୋଦ, ତ୍ରିଲୋଚନ, ମାଣିକ୍ୟ, ରାମେଶ୍ଵରୀ, ପ୍ରଭାସିନୀ, ଟିକେଶ୍ଵରୀ, ଚିନ୍ମୟୀ ଓ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ପରିଶେଷରେ ବିନୋଦ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ଜାତୀୟ ଗ୍ରାମାଞ୍ଚଳ ମେଧା ବୃତ୍ତି (ଏନ୍‌ଆର୍‌ଟିଏସ୍‌) ପରୀକ୍ଷା -୨୦୨୧ରେ ସରସ୍ଵତୀ ଶିଶୁ ମନ୍ଦିର ସଇଁତଳାର ୪ ଜଣ ଛାତ୍ରୀ ସଫଳତା ପ୍ରାପ୍ତ କରିଛନ୍ତି। ସେମାନେ ହେଲେ ଲୀପଶା ମନହିରା, ଆକାଂକ୍ଷା ବଗର୍ତୀ, ଅଂଶିକା ପାତ୍ର , ସୃତିଶିଖା ଦଣ୍ଡସେନ।