କେକେଆରରେ ଗୁରକିରତ୍ ସାମିଲ୍

ନୂଆଦିଲ୍ଲୀ, ଏଜେନ୍ସି: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ (କେକେଆର୍) ପକ୍ଷରୁ ଗୁରକିରତ୍ ସିଂମାନଙ୍କୁ ଚଳିତ ସଂସ୍କରଣ ପାଇଁ ଚୁକ୍ତିବଦ୍ଧ କରାଯାଇଛି। ରିଙ୍କୁ ସିଂ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡି଼ବା ପରେ ବଦଳ ଖେଳାଳି ଭାବେ ପଞ୍ଜାବ ଅଲରାଉଣ୍ଡର ଗୁରକିରତଙ୍କୁ ତାଙ୍କ ସ୍ଥାନରେ କେକେଆରରେ ସାମିଲ୍ କରାଯାଇଛି। ୩୦ ବର୍ଷୀୟ ଗୁରକିରତ୍ ଗତ ୨୦୧୨ରେ ଆଇପିଏଲରେ ପଦାର୍ପଣ କରିଥଲେ। ଏଯାଏଁ ସେ ୪୧ଟି ମ୍ୟାଚ୍ ଖେଳି ୨୧.୨୯ ହାରରେ ଏବଂ ୧୨୧.୦୯ ଷ୍ଟ୍ରାଇକ୍ ରେଟରେ ୫୧୧ ରନ୍ କରିଥିବା ବେଳେ ଦୁଇଟି ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି। ସେହିପରି ୨୦୧୬ରେ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ କରିଥିବା ଗୁରକିରତ୍ ୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। କେକେଆର୍ ଗୁରକରତଙ୍କ ଚତୁର୍ଥ ଆଇପିଏଲ୍ ଫ୍ରାଞ୍ଚାଇଜି ହେବାକୁ ଯାଉଛି।