କିସ୍ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ସୁଖିଲା ଖାଦ୍ୟ ସମଗ୍ରୀ ବଣ୍ଟନ

ବଲାଙ୍ଗିର,ଏନ୍ଏନ୍ଏସ୍: ପୃଥିବୀର ପ୍ରଥମ ନିଶୁଳ୍କ ଆବାସିକ ଆଦିବାସୀ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ନୂତନ ବର୍ଷର ପାଠ୍ୟପୁସ୍ତକ, ଖାତା, କଲମ, ପେନସିଲ୍ ପାଠ୍ୟ ଉପକରଣ, ଚୁଡା, ଚିନି, ଡାଳି, ବିସ୍କୁଟ, ·ଉଳ ଆଦି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହା ସହିତ ସାବୁନ ଓ ଡିଟର୍ଜେଣ୍ଟ ମଧ୍ୟ ବଣ୍ଟନ କରାଯାଇଛ। ସାମଗ୍ରୀ ବଣ୍ଟନ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର ୨ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ କିଟର ସ୍ୱତନ୍ତ୍ର ବସ ଯୋଗେ ବଲାଙ୍ଗିରକୁ ପାଠ୍ୟୋପକରଣ ଆସିଛି। ବିଶ୍ୱ କରୋନା ଭାଇରସ ମହାମାରୀ ଜନିତ ଲକଡାଉନ ଯୋଗୁଁ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରେ ରହୁଛନ୍ତି। ଲକଡାଉନ ସମୟରେ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ କିଭଳି ବ୍ୟାଘାତ ନହେବ ସେ ଉପରେ କିଟ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ବିଶେଷ ଧ୍ୟାନ ଦେଉଛନ୍ତି ବୋଲି ଆଦିବାସୀ ସଂଘ ତରଫରୁ କୁହାଯାଇଛି। ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତାମାନେ କିସ୍ର ହିତାଧିକାରୀ ଛାତ୍ରୀଛାତ୍ରୀମାନଙ୍କ ଘରକୁ ଘର ଯାଇ ପାଠ୍ୟ ଉପକରଣ ଓ ଶୁଖିଲା ବଣ୍ଟନ କରିଥିଲେ।